କନକ ବ୍ୟୁରୋ :  ଆଗାମୀ ୪ ବର୍ଷ ମଧ୍ୟରେ ଦେଶର ପ୍ରମୁଖ ୪ ଟି ବ୍ୟାଙ୍କରୁ କେନ୍ଦ୍ର ସରକାର ନିଜର ଅଂଶଧନ ୨୦ ପ୍ରତିଶତ ପର୍ଯ୍ୟନ୍ତ ବିକ୍ରି କରିପାରନ୍ତି । ବାଜରରେ ନିଜର ଭାଗିଦାରୀ କମ୍ କରିବା ଉର୍ଦ୍ଦେଶ୍ୟରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । କେବଳ ସେତିକି ନୁହେଁ ଏଭଳି ନିଷ୍ପତ୍ତି ପଛରେ ମଧ୍ୟ ସେବି ବା ଭାରତୀୟ ପ୍ରତିବୃତ୍ତି ବିନିମୟ ବୋର୍ଡର ନିୟମ ପାଳନ କରିବା ଉର୍ଦ୍ଦେଶ୍ୟରେ ନିଆଯାଇଛି । ଏଭଳି ନିଷ୍ପତ୍ତି ଫଳରେ ନିବେଶକଙ୍କୁ ଅଧିକ ସୁଯୋଗ ମିଳିବ ଓ ବ୍ୟାଙ୍କଗୁଡିକର ଆର୍ଥିକ ସ୍ଥିତି ସଦୃଢ ହେବ ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି । 

Advertisment

ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ସରକାର ଯେଉଁ ୫ ବ୍ୟାଙ୍କରୁ ନିଜର ଭାଗିଦାରୀ ପ୍ରତ୍ୟାହାର କରିବାକୁ ଯାଉଛନ୍ତି ତା ମଧ୍ୟରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ପଞ୍ଜାବ ଆଣ୍ଡ ସିନ୍ଧି ବ୍ୟାଙ୍କ ସାମିଲ ରହିଛି । କୁହାଯାଉଛି କି, ଏହି ୫ ବ୍ୟାଙ୍କରୁ  ସରକାର ନିଜର ଅଂଶଧନ ଧିରେ ଧିରେ କମ୍ କରି ୭୫ ପ୍ରତିଶତ ତଳକୁ ଆଣିବେ ।

ସେବି କହିଛି କି, କୌଣସି ବି ସୂଚିତ କମ୍ପାନୀରେ ସାଧାରଣ ଜନତାଙ୍କ ଭାଗିଦାରୀ ସର୍ବନିମ୍ନ ୨୫ ପ୍ରତିଶତ ରହିବ ଆବଶ୍ୟକ । ଏହାକୁ ନଜରରେ ରଖି ସରକାର ଉକ୍ତ ୫ ବ୍ୟାଙ୍କରୁ ନିଜର ଅଂଶଧନ କମ୍ କରିବାକୁ ଯାଉଛନ୍ତି । 

ଏନେଇ ଦୁଇଟି ଉପାୟରେ ସରକାର ନିଜର ଅଂଶଧନ ବିକ୍ରି କରିପାରିବେ । ପ୍ରଥମ ତରିକା ଅଫର ଫର ସେଲ । ଏହି ପ୍ରକ୍ରିୟାରେ ସରକାର ସିଧାସଳଖ ସେୟାର ବଜାର ମାଧ୍ୟମରେ ନିଜର ଅଂଶଧନ ବିକ୍ରି କରିପାରିବେ । ଦ୍ୱିତୀୟ ଉପାୟ ହେଉଛି, କ୍ୱାଲିଫାଏଲ ଇନଷ୍ଟିଚ୍ୟୁସନାଲ ପ୍ଲେସମେଣ୍ଟ । ଏହି ପ୍ରକ୍ରିୟାରେ ସରକାର ବଡ଼ ବଡ଼ ସଂସ୍ଥାଗତ ନିବେଶକଙ୍କୁ ସେୟାର ବିକ୍ରି କରିପାରିବେ । ଏନେଇ ସରକାର ବ୍ୟାଙ୍କ ପରାମର୍ଶଦାତାଙ୍କ ସହାୟତା ନେଇଛନ୍ତି । ଫେବୃଆରୀ ୨୫ ତାରିଖରେ ଡିପାର୍ଟମେଣ୍ଟ ଅଫ୍ ଇନଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ ଏସେଟ ମ୍ୟାନେଜମେଣ୍ଟ ତରଫରୁ ନିଲାମ ଡାକିବା ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏନେଇ ସଂସ୍ଥା ତରଫରୁ ରିକ୍ୱେଷ୍ଟ ଫର ପ୍ରପୋଜାଲ ଜାରି କରିଛନ୍ତି ।