ଯାତ୍ରୀଙ୍କ ଲାଗି ଖୁସି ଖବର । ଏଣିକି ଟ୍ରେନ୍‌ ଟିକେଟ୍‌ ଦାମରେ ପ୍ଲେନ ଯାତ୍ରା ?

Advertisment

କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, କେବଳ ଦେଶ ନୁହେଁ ବରଂ ବିଦେଶ ଯିବା ଲାଗି ଏହି ଟିକଟରେ ରିହାତି ଦିଆଯାଉଛି

Updated On

କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, କେବଳ ଦେଶ ନୁହେଁ ବରଂ ବିଦେଶ ଯିବା ଲାଗି ଏହି ଟିକଟରେ ରିହାତି ଦିଆଯାଉଛି

ଅଦ୍ୟତନ ହୋଇଛି
Train flight

Train flight Photograph: (kanak news)

କନକ ବ୍ୟୁରୋ: ଜାନୁଆରୀ ମାସରେ ପ୍ରାୟ ସମସ୍ତଙ୍କର ଗୋଟିଏ ଇଚ୍ଛାଥାଏ କି ସେମାନେ କେମିତି ବୁଲାବୁଲି କରିବେ । ସାଧାରଣତଃ ଡିସେମ୍ବର ଓ ଜାନୁଆରୀରେ ଅଧିକ ମାତ୍ରାରେ ପର୍ଯ୍ୟଟକ ବୁଲାବୁଲି କରନ୍ତି । ଦୂରସ୍ଥାନକୁ ଯାତ୍ରା କରିବାକୁ ଇଚ୍ଛୁକ ଥିବା ପର୍ଯ୍ୟଟକ ଟ୍ରେନ୍‌ରେ ସଫର କରିବାକୁ ବି ଚେଷ୍ଟା କରନ୍ତି । କାରଣ ଟ୍ରେନ୍‌ ଟିକେଟ୍‌ର ଦାମ ମଧ୍ୟବିତ୍ତଙ୍କ ଲାଗି ଦେୟ । ହେଲେ ଯଦି ଟ୍ରେନ୍‌ ଟିକଟ ଦାମ୍‌ରେ ଆପଣ ପ୍ଲେନ୍‌ରେ ଯାତ୍ରା କରିପାରନ୍ତି, ତାହାଲେ କେମିତି ହେବ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ ହେଲେ ଏବେ ଏମିତି କିଛି ଅଫର ଦିଆଯାଇଛି । ଯାହାକୁ ନେଇ ଚର୍ଚ୍ଚା ଚାଲିଛି ।

ଇଣ୍ଡିଗୋର ଦମଦାର ଅଫର
କମ୍‌ ଟଙ୍କାରେ ଯାତ୍ରୀ କରିବେ ଯାତ୍ରା

ପ୍ରତିବର୍ଷ ଇଣ୍ଡିଗୋ ବିମାନ କିଛି ନା କିଛି ଅଫର ଯାତ୍ରୀଙ୍କ ଲାଗି ଘୋଷଣା କରିଥାଏ । ଏହି ଅଫର ସମୟରେ ଯାତ୍ରୀମାନେ କମ ଦାମରେ ଟିକଟ କିଣି ଯାତ୍ରା କରନ୍ତି । ତେଣୁ ଏଥର ମଧ୍ୟ କମ୍ପାନୀ ପକ୍ଷରୁ ଏହି ଅଫର ଜାରି କରାଯାଇଛି । ଇଣ୍ଡିଗୋ ପକ୍ଷରୁ ଦିଆଯାଇଥିବା ଅଫରରେ କୁହାଯାଇଛି କି, ଟ୍ରେନର ସେକେଣ୍ଡ ଏସିରେ ଯିବାକୁ ହେଲେ ଯେତିକି ଟଙ୍କା ଦେବାକୁ ପଡ଼େ ସେତିକି ଟଙ୍କାରେ ପ୍ଲେନରେ ଆପଣ ଯାତ୍ରା କରିପାରିବେ । ଆଉ ରେଲୱେର ଫ୍ଲାଷ୍ଟକ୍ଲାସ ଏସି ଟିକେଟ୍‌ର ଦାମରେ ବିଦେଶ ବୁଲିପାରିବେ ଯାତ୍ରୀ । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ମାତ୍ର ୧୪୯୯ ଟଙ୍କାରେ ଇଣ୍ଡିଗୋ ନିଜର ଟିକଟ ଯାତ୍ରୀଙ୍କ ଲାଗି ଉପଲବ୍ଧ କରିଛି । ତେଣୁ ଆପଣ ଯେଉଁଠାରେ ବି ଥାଆନ୍ତୁ ନା କାହିଁକି ପ୍ଲେନର ଟିକଟ ସହଜରେ କରିପାରିବେ । 

ଦେଶ ସହ ବିଦେଶ ଟିକଟରେ ମିଳୁଛି ରିହାତି

କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, କେବଳ ଦେଶ ନୁହେଁ ବରଂ ବିଦେଶ ଯିବା ଲାଗି ଏହି ଟିକଟରେ ରିହାତି ଦିଆଯାଉଛି । ୪ ହଜାର ୯୯୯ ଟଙ୍କାରେ ଆପଣ ବିଦେଶ ଭ୍ରମଣ ଲାଗି ଟିକଟ କରିପାରିବେ । ହେଲେ ଏହି ଅଫର ସୀମିତ ସମୟ ପର୍ଯ୍ୟନ୍ତ ରହିଛି । ଜାନୁଆରୀ ୨୬ ତାରିଖ ଅର୍ଥାତ୍‌ ଆସନ୍ତାକାଲି ଟିକଟ ରିହାତିର ଶେଷ ଦିନ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । କିନ୍ତୁ କାଲି ଟିକଟ କଲେ ବି ଆସନ୍ତା ୧୫ ଦିନ ଭିତରେ ଆପଣ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ । 

ଏକ୍ସଟ୍ରା ସାମଗ୍ରୀ ଉପରେ ବମ୍ପର ଅଫର

ଯେବେ ବିମାନରେ ଯାତ୍ରା କରନ୍ତି ଯାତ୍ରୀ ସେମାନେ ମନଇଚ୍ଛା ସାମଗ୍ରୀ ନେଇପାରିବେ ନାହିଁ । ପୂର୍ବରୁ ଯାତ୍ରୀ ପିଛା ୧୫ କିଲୋ ଓଜନର ସାମଗ୍ରୀ ନେବାକୁ ଅନୁମତି ଥିବା ବେଳେ ଏବେ ତାହା ଆହୁରି କମିଯାଇଛି । ତେଣୁ ଏବେ ଯଦି ଆପଣ ନିର୍ଦ୍ଧାରିତ ଓଜନଠାରୁ ଅଧିକ ସାମଗ୍ରୀ ନେଉଛନ୍ତି ତେବେ ୧୫ ପ୍ରତିଶତ ପର୍ଯ୍ୟନ୍ତ ଆପଣ ରିହାତି ପାଇପାରିବେ । ତେବେ ଏହି ରିହାତି କେବଳ ୧୫, ୨୦ ଓ ୩୦ କିଲୋ ଓଜନ ବ୍ୟାଗ ଉପରେ ଉପଲବ୍ଧ ହେବ । 

ଖାଇବା ଉପରେ ବି ମିଳିବ ବିଶେଷ ରିହାତି

ସାଧାରଣତଃ ବିମାନରେ ଯାତ୍ରା କଲେ ଯାତ୍ରୀଙ୍କୁ ମିଳୁଥିବା ଖାଦ୍ୟ ଅଧିକ ଦର ଥାଏ । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳେ । ହେଲେ ଏଥର କମ୍ପାନୀ ପକ୍ଷରୁ ଖାଇବା ଉପରେ ବି ରିହାତି ମିଳୁଛି । ଯେଉଁମାନେ ଖାଇବା ଅର୍ଡର କରିବେ ସେମାନଙ୍କୁ ୩୦ ପ୍ରତିଶତ ରିହାତି ମିଳିବ ବୋଲି କୁହାଯାଇଛି । ମୋଟ୍‌ ଉପରେ ବିମାନ କମ୍ପାନୀ ଏମିତି ବମ୍ପର ଅଫର ଦେଇଥିବାରୁ ଯାତ୍ରୀମାନେ ବି ବେଶ ଖୁସ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe