କନକ ବ୍ୟୁରୋ : ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ବଜେଟ ଅଧିବେଶନ । ସଂସଦରେ ବଜେଟ ଅଧିବେଶନ ଚଳିତମାସ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏପ୍ରିଲ ପହିଲା ଦିନ ସାଧାରଣ ବଜେଟ ଉପସ୍ଥାପନ କରିବେ । ସବୁ ବର୍ଗର ଲୋକେ ବଜେଟ ଉପରେ ନଜର ରଖିଛନ୍ତି । ଆକଳନ କରାଯାଉଛି କି, ସୁନା ଦାମକୁ ନେଇ ସରକାର ବଡ ନିଷ୍ପତ୍ତି ନେଇପାରନ୍ତି । ଅର୍ଥାତ ସରକାର ସୁନା ଉପରେ କଷ୍ଟମ ଡ୍ୟୁଟି ବୃଦ୍ଧି କରିପାରନ୍ତି ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି ।
ସେପଟେ ଏକ ଜାତୀୟ ଗଣମାଧ୍ୟମର ସୂତ୍ର ସୂଚନା ମୁତାବକ ସରକାର ସୁନା ଉପରେ ଆମଦାନୀ ଶ୍ଳୁକ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ଯଦି ସରକାର ଏଭଳି କରନ୍ତି ତେବେ ଫେବୃଆରୀ ପହିଲାରୁ ସୁନାର ମୂଲ୍ୟ ବୃଦ୍ଧି ପାଇବ ।
ଗତ ବର୍ଷ ବଜେଟରେ ଅର୍ଥମନ୍ତ୍ରୀ ଉପସ୍ଥାପନ କରିଥିବା ବଜେଟରେ ସୁନା ଓ ଚାନ୍ଦୀ ଉପରେ ଆମଦାନୀ ଶ୍ଳୁକ ୯ ପ୍ରତିଶତ କମ୍ କରିଥିଲେ । ଯାହା କି ଏପର୍ଯ୍ୟନ୍ତ ସୁନାର ଆମଦାନୀ ଶ୍ଳୁକ ଉପରେ ସବୁଠାରୁ ଅଧିକ ରିହାତି ବୋଲି କୁହାଯାଉଛି ।