କନକ ବ୍ୟୁରୋ : ରାତି ଅଧରେ ମଦ୍ୟପାନ କରି ଖଣ୍ଡଗିରି ଥାନାରେ ଉତ୍ପାତ କରିବା ପ୍ରସଙ୍ଗରେ ମହିଳାଙ୍କ ବିରୋଧରେ ମାମଲା । ସମସ୍ତ ତଥ୍ୟ ପ୍ରମାଣ ସହ ମାମଲା ରୁଜୁ କରିଛି ପୋଲିସ । ମାମଲା ରୁଜୁ ପରେ ନୋଟିସ ଦେଇ ପୋଲିସ ଛାଡ଼ିଦେଇଛି । ତେବେ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ।
ସବୁ ଥାନାକୁ ଡିସିପି ନିର୍ଦ୍ଦେଶ ଦେଇ ଡିସିପି କହିଛନ୍ତି, ଏଭଳି କୌଣସି ଘଟଣା ଘଟିଲେ ସମ୍ବେଦନଶୀଳ ଭାବେ ଗ୍ରହଣ କରନ୍ତୁ । ସମସ୍ତ ତଥ୍ୟ ପ୍ରମାଣ ସହ ସଂପୃକ୍ତ ମହିଳାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଗତକାଲି ଜଣେ ମହିଳା ମଦ୍ୟପାନ କରି ଖଣ୍ଡଗିରି ଥାନାରେ ଉତ୍ପାତ କରିବା ସହ ପୋଲିସକୁ ଦୁର୍ବ୍ୟବହାର କରିଥିଲେ । ଭରତପୁର ଘଟଣା ପରେ ଏମିତି ଏକ ଭାଇରାଲ ଭିଡ଼ିଓ ସାମ୍ନାକୁ ଆସିଥିଲା । ଭିଡିଓରେ ସଂପୃକ୍ତ ମହିଳା ଥାନାକୁ ଆସି ଆଇନର ପାଠ ପଢାଉଥିବା ଦେଖିବାକୁ ମିଳିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/1Brifau0Oc1fWDFxO15n.jpg)