ଲିଫ୍ଟ ଭିତରେ ପିଟାପିଟି, ଇଭେଣ୍ଟ ହୋଷ୍ଟ ଯୁବକଙ୍କୁ ମାଡ଼

ରାତି ଅଧରେ ମଲ୍‌ ଲିଫ୍ଟରେ ହଙ୍ଗାମା । ଭୁବନେଶ୍ବର ରୟାଲ ଆର୍କେଡ୍‌ ଲିଫ୍ଟରେ ଗଣ୍ଡଗୋଳ । ଇଭେଣ୍ଟ ହୋଷ୍ଟ ଯୁବକଙ୍କୁ ମାଡ଼ମାରି ଲହୁଲୁହାଣ କଲେ ଦୁର୍ବୃତ୍ତ । ନନ୍ଦନକାନନ ଥାନାରେ ଏକ ଲିଖିତ ଅଭିଯୋଗ । 

34- Lift Ruckus

କନକ ବ୍ୟୁରୋ: ଭୁବନେଶ୍ୱରରେ ରାତି ଅଧରେ ମଲ୍‌ ଲିଫ୍ଟ ଭିତରେ ହଙ୍ଗାମା । ଇଭେଣ୍ଟ ହୋଷ୍ଟ ଯୁବକଙ୍କୁ ମାଡ଼ମାରି ଲହୁଲୁହାଣ କଲେ ଦୁର୍ବୃତ୍ତ । ବିଧା ଗୋଇଠା ସହ ମରଣାନ୍ତକ ଆକ୍ରମଣ ପରେ ଘଟଣା ସ୍ଥଳରୁ ଫେରାର ହୋଷ୍ଟ । ଘଟଣା ଘଟିଛି ନନ୍ଦନକାନନ ଥାନା ଅଧୀନସ୍ଥ ରଘୁନାଥପୁରରେ ଥିବା ରୟାଲ ଆର୍କେଡ ଲିଫ୍ଟ ଭିତରେ । ଗତ ୩ ତାରିଖ ରାତି ପ୍ରାୟ ୧୨ଟା ବେଳେ ରୟାଲ ଆର୍କେଡର ଷଷ୍ଠ ମହାଲାରେ ଥିବା ଏକ ବାର୍‌ରେ ଏଭଳି ଘଟଣା ଘଟିଛି । ଇଭେଣ୍ଟ୍‌ ସାରି ତଳକୁ ଓହ୍ଲାଇଥିଲେ ଇଭେଣ୍ଟ ହୋଷ୍ଟ କରୁଥିବା ଯଯାତି ପାରେଖଙ୍କ ଲିଫ୍ଟ ଭିତରେ ଆସୁଥିବା ଲୋକମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । ଯେଉଁଥିରେ ଉତକ୍ଷୀପ୍ତ ହୋଇ ଯଯାତିଙ୍କୁ ଆକ୍ରମଣ କରିଥିଲେ । ଜୀବନ ବିକଳରେ ସେଠାରୁ କୌଣସି ମତେ ଖସି ଆସିଥିଲେ ଇଭେଣ୍ଟ୍ ହୋଷ୍ଟ । ଏବେ ଆକ୍ରମଣ ବେଳର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଏନେଇ ନନ୍ଦନକାନନ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe