କନକବ୍ୟୁରୋ : ବର୍ଷର ଶେଷ ସୂର୍ଯ୍ୟୋଦୟ । ଅର୍କକ୍ଷେତ୍ର ଚନ୍ଦ୍ରଭାଗାରେ ବର୍ଷର ଶେଷ ସୂର୍ଯ୍ୟୋଦୟ ଦେଖିବା ପାଇଁ ଚନ୍ଦ୍ରଭାଗାରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ,   ଦୂରଦୂରନ୍ତରୁ ପର୍ଯ୍ୟଟକ ମାନେ ଆସି ଭୋର ୫ଟାରୁ ଆସି ଚନ୍ଦ୍ରଭାଗା ମହୋଦଧି କୂଳରେ ପହଂଚିଥିଲେ। ବର୍ଷର ଶେଷ ସୂର୍ଯ୍ୟୋଦୟକୁ ଦେଖିବା ପାଇଁ ଅପେକ୍ଷା କରିଥିଲେ ସମସ୍ତେ  ।

Advertisment

ବିଦାୟ ବର୍ଷ ୨୦୨୪ ବହୁ ଘାତପ୍ରତିଘାତ ମଧ୍ୟରେ ସରିଥିବା ବେଳେ ପର୍ଯ୍ୟଟକମାନେ ବିଦାୟ ଦେଇଛନ୍ତି  ।   ଆଜି ଓ ଆସନ୍ତାକାଲି ଆହୁରି ଭିଡ ବଢ଼ିବ । ତେଣୁ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳାର ସହ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କେତେକ ପଦକ୍ଷେପ ନିଆଯାଇଛି  ।