ପଞ୍ଚଭୂତରେ ବିଲିନ ହେଲା ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତିଙ୍କ ମରଶରୀର: ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ଅନ୍ତିମ ସଂସ୍କାର

Advertisment

ପଞ୍ଚଭୂତରେ ବିଲିନ ହେଲା ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତିଙ୍କ ମରଶରୀର । ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ହେଲା ଅନ୍ତିମ ସଂସ୍କାର । ବାପାଙ୍କୁ ମୁଖାଗ୍ନି ଦେଲେ ପୁଅ ବାବୁସାନ । ଶେଷକୃତ୍ୟ ପୂର୍ବରୁ ଉତ୍ତମ ମହାନ୍ତିଙ୍କୁ ଦିଆଗଲା ଗାର୍ଡ ଅଫ ଅନର ।

ପଞ୍ଚଭୂତରେ ବିଲିନ ହେଲା ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତିଙ୍କ ମରଶରୀର । ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ହେଲା ଅନ୍ତିମ ସଂସ୍କାର । ବାପାଙ୍କୁ ମୁଖାଗ୍ନି ଦେଲେ ପୁଅ ବାବୁସାନ । ଶେଷକୃତ୍ୟ ପୂର୍ବରୁ ଉତ୍ତମ ମହାନ୍ତିଙ୍କୁ ଦିଆଗଲା ଗାର୍ଡ ଅଫ ଅନର ।

wsdwdw

Photograph: (kanak news)

କନକ ବ୍ୟୁରୋ: ପଞ୍ଚଭୂତରେ ବିଲିନ ହେଲା ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତିଙ୍କ ମରଶରୀର । ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ହେଲା ଅନ୍ତିମ ସଂସ୍କାର । ବାପାଙ୍କୁ ମୁଖାଗ୍ନି ଦେଲେ ପୁଅ ବାବୁସାନ । ଶେଷକୃତ୍ୟ ପୂର୍ବରୁ ଉତ୍ତମ ମହାନ୍ତିଙ୍କୁ ଦିଆଗଲା ଗାର୍ଡ ଅଫ ଅନର । ତାଙ୍କ ପରଲୋକରେ ସାରା ଓଡ଼ିଶାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ନିଜ ପ୍ରିୟ କଳାକାରଙ୍କୁ ହରାଇ ଝୁରୁଛନ୍ତି ସିନେପ୍ରେମୀ । ଗତ ୬ ତାରିଖରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ବରର କିମସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଉନ୍ନତ୍ତ ଚିକିତ୍ସା ପାଇଁ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଲିଭର ସିରୋସିସ୍‌ ସହ ନିମୋନିଆର ଚିକିତ୍ସା ଚାଲିଥିଲା । ସାରା ରାଜ୍ୟରେ ଶହଶହ ପ୍ରଶଂସକ ତାଙ୍କର ଆରୋଗ୍ୟ କାମନା କରିଥିଲେ । ତେବେ ୨୦ ଦିନ କାଳ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଚିରବିଦାୟ ନେଇଛନ୍ତି ଉତ୍ତମ । ତାଙ୍କର ପରଲୋକରେ ଓଲିଉଡରେ ଏକ ଯୁଗର ଅବସାନ ଘଟିଛି । 

ଉତ୍ତମ ମହାନ୍ତିଙ୍କ ଜୀବନୀ
୧୯୫୮ ଡିସେମ୍ବର ୨୩ ତାରିଖରେ ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଜନ୍ମ
ବାରିପଦା ଏମକେସି ଉଚ୍ଚବିଦ୍ୟାଳୟରୁ ସ୍କୁଲ ପାଠ୍ୟକ୍ରମ
ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରେ ବିଜ୍ଞାନରେ ପଢ଼ିଥିଲେ
କଲେଜ ସମୟରେ ମଞ୍ଚ ନାଟକରେ ନିଜର ଅଭିନୟ ଦକ୍ଷତା ଦେଖାଇଥିଲେ
ବ୍ୟାଡ୍‌ମିଣ୍ଟନ ଓ ଟେବୁଲ ଟେନିସ ଖେଳିବାରେ ଥିଲା ଆଗ୍ରହ
ଚାଡାର୍ଟ ଆକାଉଣ୍ଟ ପଢ଼ିବା ପାଇଁ ଲୁଧିଆନା ଚାଲିଆସିଥିଲେ
ବଡ଼ ଭାଇ ସ୍ବର୍ଗତ ଅରୁଣ ମହାନ୍ତିଙ୍କ ପାଖରେ କୋଲକାତାରେ ପାଠପଢ଼ା ଜାରି ରଖିଥିଲେ
୧୯୭୬ରେ ନିର୍ଦ୍ଦେଶକ ସାଧୁ ମେହେର ‘ଅଭିମାନ’ ପାଇଁ ତାଙ୍କୁ ନେଇଥିଲେ
ପରିବାର ଲୋକଙ୍କ ବିରୋଧ ସତ୍ତ୍ବେ ଭଉଣୀଙ୍କ ପାଇଁ ସୁଯୋଗ ପାଇଥିଲେ
ସୁପରହିଟ୍ ହୋଇଥିଲା ଫିଲ୍ମ ‘ଅଭିମାନ’
ପରେ ଗୋଟିଏ ପରେ ଗୋଟିଏ ଫିଲ୍ମ କରିଚାଲିଲେ
ଶତାଧିକ ଓଡ଼ିଆ ଫିଲ୍ମରେ ଅପ୍ରତିଦ୍ବନ୍ଦ୍ବି ନାୟକ ଭାବେ କରିଥିଲେ ଅଭିନୟ
ରୋମାଣ୍ଟିକ ନାୟକ ଭାବେ ବେଶ୍ ପରିଚିତ ଥିଲେ
ଚେହେରା, ଅଭିନୟ, ନୃତ୍ୟ, ଆକ୍ସନ୍ ସବୁଥିରେ ନିଆରାପଣ ବାରି ହୋଇପଡ଼ୁଥିଲା
ଓଡ଼ିଶାର ଘରେ ଘରେ ଅତ୍ୟନ୍ତ ଲୋକପ୍ରିୟ ହୋଇଯାଇଥିଲେ ଉତ୍ତମ
ଓଲିଉଡ୍‌ରେ ସୁପରଷ୍ଟାରର ଆଖ୍ୟା ପାଇଥିଲେ
ବ୍ୟକ୍ତିଗତ ଜୀବନରେ ଉତ୍ତମ ଅତ୍ୟନ୍ତ ଭଦ୍ର, ଅମାୟିକ ଥିଲେ
ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଆ ସିନେମା ଜଗତରେ ରାଜ କରିଥିଲେ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe