କନକ ବ୍ୟୁରୋ: ଗାଁ ଅଭିମୁଖେ ଚାଲିଛି ପ୍ରଶାନ୍ତ ଶତପଥୀଙ୍କ ମରଶରୀର । ସଙ୍କୀର୍ତ୍ତନରେ ଫାଟିପଡୁଛି ପୂରା ପରିବେଶ । ବାପାଙ୍କ କୋକେଇ ଆଗରେ ଖଇକଉଡି ବିଞ୍ଚିବିଞ୍ଚି ଗଲା କୁନି ପୁଅ । ପ୍ରଶାନ୍ତଙ୍କ ମରଶରୀର ଶେଷ ଦର୍ଶନ ପାଇଁ ଆସିଛନ୍ତି ହଜାର ହଜାର ଲୋକ । ପୂରା ଅଞ୍ଚଳରେ ଏବେ ଶୋକର ଛାୟା।
ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ପ୍ରଶାନ୍ତ ଶତପଥୀ। ସ୍ବାମୀଙ୍କ ଦେହାନ୍ତରେ ପତ୍ନୀ ପ୍ରିୟଦର୍ଶୀନି ନିଜର ସଂଜ୍ଞାନ ହରାଇବସିଥିବାବେଳେ ପରିବାର ଲୋକେ ଯେପରି ମୁକ ପାଲଟିଯାଇଛନ୍ତି । ତାଙ୍କ ମରଶରୀର ଘରକୁ ଆସିବା ପରେ ତାଙ୍କ ଶେଷ ଦର୍ଶନ ପାଇଁ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ଭିଡ ଜମିଥିଲା । ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ଶେଷ ଦର୍ଶନ କରିବା ସହ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କରାଇଥିଲେ । କେବଳ ଏତିକି ନୁହେଁ ମଶାଣି ପର୍ଯ୍ୟନ୍ତ ଯାଇଥିଲେ ମୋହନ ମାଝୀ ଓ ଅନ୍ୟ ନେତାବୃନ୍ଦ । ପ୍ରଶାନ୍ତଙ୍କ ଏଭଳି ଅକାଳ ବିୟୋଗରେ ସାରା ରାଜ୍ୟରେ ଭିନ୍ନ ମାହୋଲ ସୃଷ୍ଟି ହୋଇଛି ।