ମଣାଣିରେ ଖର୍ଚ୍ଚ ହୋଇଛି ଦେଢ଼ କୋଟି, ହେଲେ ବି ଟର୍ଚ୍ଚ ଲାଇଟରେ ଚାଲିଛି ଶବଦାହ

Advertisment

ମଶାଣିର ଉନ୍ନତି ପାଇଁ ଖର୍ଚ୍ଚ ହୋଇଛି କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ହେଲେ କିଛି ସୁବିଧା କରାଯାଇନି। ଆଲୋକୀକରଣର ସୁବିଧା ବି ନାହିଁ। ଫଳରେ ଟର୍ଚ୍ଚ ଲାଇଟରେ ଶବଦାହ ହେଉଛି।

ମଶାଣିର ଉନ୍ନତି ପାଇଁ ଖର୍ଚ୍ଚ ହୋଇଛି କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ହେଲେ କିଛି ସୁବିଧା କରାଯାଇନି। ଆଲୋକୀକରଣର ସୁବିଧା ବି ନାହିଁ। ଫଳରେ ଟର୍ଚ୍ଚ ଲାଇଟରେ ଶବଦାହ ହେଉଛି।

Last Rites

କନକ ବ୍ୟୁରୋ : ଟର୍ଚ୍ଚ ଲାଇଟରେ ଶବଦାହ। ମଶାଣିର ଉନ୍ନତି ପାଇଁ ଖର୍ଚ୍ଚ ହୋଇଛି କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ହେଲେ କିଛି ସୁବିଧା କରାଯାଇନି। ଆଲୋକୀକରଣର ସୁବିଧା ବି ନାହିଁ। ଫଳରେ ଟର୍ଚ୍ଚ ଲାଇଟରେ ଶବଦାହ ହେଉଛି। ପୌର ସଂସ୍ଥା ଅଧୀନରେ ଥିବା ଜୁବୁଲି ଟାଉନ ମଶାଣିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।

ଦେଉଳ ସାହି, ମହିସାପାଟ, ରଥଗଡା, ଅମଲାପଡ଼ା ଆଦି ଅଂଚଳରେ କାହାରି ମୃତ୍ୟୁ ହେଲେ ଏଠାରେ ଦାହ ସଂସ୍କାର କରାଯାଏ। ମଶାଣୀ ଫଳକ ସୂଚିତ କରୁଛି ଉନ୍ନତିକରଣ ପାଇଁ ୨୦୧୮ରେ  ମସିହାରେ ତତ୍କାଳୀନ ବିଜେଡ଼ି ବିଧାୟକ ସରୋଜ ସାମଲ ୬୦ ଲକ୍ଷ ଟଙ୍କା ଅନୁଦାନ ଦେଇଥିବା ବେଳେ ୨୦୨୩ରେ ବିଧାୟକ ସୁଧିର ସାମଲ ୫୮ ଲକ୍ଷ ଟଙ୍କ ଅନୁଦାନ ଦେଇଥିଲେ।

କିନ୍ତୁ ଏତେ ଟଙ୍କା ଖର୍ଚ୍ଚ ପରେ ବି ଯେଉଁ ପ୍ରକାର ସୁବିଧା ମିଳିବା କଥା ତାହା ମିଳୁନାହିଁ। ରାତିରେ ଶବଦାହ କରିବାକୁ ଆସୁଥିବା ଲୋକମାନେ ଟର୍ଚ୍ଚ ଆଲୋକରେ କରୁଛନ୍ତି ଶବଦାହ। କ୍ରିୟା କର୍ମ ପାଇଁ ପାଣି ଟିକିଏର ବି ସୁବିଧା ନାହିଁ। ମଶାଣିରେ ମୁଖ୍ୟ ଶବଦାହ ପିଣ୍ଡିରେ ଅଲୋକୀକରଣ ଓ ପାଣି ସୁବିଧାକୁ ଭୁଲିଯାଇଛନ୍ତି ପୌର କର୍ତ୍ତୃପକ୍ଷ।

ମଶାଣୀ ଭିତରେ ସୌନ୍ଦର୍ୟ୍ୟକରଣ ନାରେ ସେଭଳି ଆଖିଦୃଶିଆ ଉନ୍ନତୀକରଣ ହୋଇ ନଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ମଶାଣୀ ସୁରକ୍ଷାମଞ୍ଚର ସଦସ୍ୟମାନେକ୍ଷ ସନ୍ଧ୍ୟା ହେଲେ ମଶାଣୀ ଭିତରେ ମଦ୍ୟପ ଓ ଡ୍ରଗ୍ସ ସେବନକାରୀଙ୍କ ଉପଦ୍ରବ ବଢ଼ୁଛିକ୍ଷ ପୌର ସଂସ୍ଥା ଦେଢ଼ କୋଟି ଖର୍ଚ୍ଚର କଥା କହୁଛି, ହେଲେ ଜଗୁଆଳୀର ବି ବ୍ୟବସ୍ଥା କରାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe