ପାଖରେ ପଇସା ନାହିଁ ବୋଲି ପଡିଛି ପୁଅର ମୃତଦେହ ; ଶବ ବ୍ୟବଚ୍ଛେଦ ପରେ ବି ହୋଇପାରୁନି ସତ୍କାର

ଅର୍ଥ ଅଭାବରୁ ୨୪ ଘଣ୍ଟା ଧରି ପଡ଼ି ରହିଛି ମୃତଦେହ । ରେଢ଼ାଖୋଲ ଏନଏସି ଚାଟୁଣି ଗାଁର ଯୁବକ ସୁରେନ୍ଦ୍ର ମୁଣ୍ଡାଙ୍କ ହୋଇ ପାରୁନି ଶବ ସତ୍କାର । ଦୁର୍ଘଟଣାବଶତଃ ଧାନ କଟା ମେଶିନ୍‌ରେ କଟି ହୋଇଥିଲା ମୃତ୍ୟୁ ।

2ନମ୍

କନକ ବ୍ୟୁରୋ: ଅର୍ଥ ଅଭାବରୁ ୨୪ ଘଣ୍ଟା ହେବ ଘରେ ପଡିରହିଛି ଭେଣ୍ଡିଆ ପୁଅର ମୃତଦେହ । ଶବବ୍ୟବଚ୍ଛେଦ ପରେ ବି ହୋଇପାରୁନି ଶବସତ୍କାର । ସମ୍ବଲପୁର ରେଢାଖୋଲ ଏନଏସି ଅନ୍ତର୍ଗତ ୬ନଂ ୱାର୍ଡ ଚାଟୁଣି ଗାଁର ଘଟଣା।

୨୭ ବର୍ଷୀୟ ସୁରେନ୍ଦ୍ର ମୁଣ୍ଡାଙ୍କ ଜମିରେ କାମ କରିବାବେଳେ ହୋଇଥିଲା ମୃତ୍ୟୁ । ଦୁର୍ଘଟଣାବସତଃ, ଧାନ କଟା ମେଶିନ୍ କଟି ମୃତ୍ୟୁ । ଦିନ ମଜୁରିଆ ଶ୍ରମିକ ଭାବେ କାମ କରୁଥିବା ବେଳେ ଦୁର୍ଘଟଣାରେ ଗୁରୁତର ହେବା ପରେ ପ୍ରଥମେ ରେଢାଖୋଲ ପରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅର୍ଥ ଅଭାବରୁ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ମେଡିକାଲରୁ ମୃତ ଦେହ ଆଣି ପାରି ନଥିଲେ । ହେଲେ ଗ୍ରାମଵାସୀ ଚାନ୍ଦା କରି ୬ ହଜାର ଟଙ୍କା ସହଯୋଗ ପରେ ଆମ୍ବୁଲାନ୍ସରେ ଘର ପର୍ୟ୍ୟନ୍ତ ପହଞ୍ଚିଥିଲା ଶଵ। ହେଲେ ସ୍ଥାନୀୟ ପ୍ରଶାସନ କି ସୁରେନ୍ଦ୍ର କାମ କରୁଥିବା ମାଲିକ ପାଖରୁ କୌଣସି ସହାୟତା ପାଇନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe