ପଞ୍ଚଭୂତରେ ଲୀନ ହେଲା ମନମୋହନଙ୍କ ପାର୍ଥିବ ଶରୀର ; ଗାର୍ଡ ଅଫ୍ ଅନର ପରେ ଦିଆଗଲା ମୁଖାଗ୍ନି

ଜଳିଲା ଡ. ମନମୋହନ ସିଂଙ୍କ ଚିତା। ଗାର୍ଡ ଅଫ୍ ଅନର ଦିଆଯିବା ପରେ ନିଗମବୋଧ ଘାଟରେ ପଞ୍ଚଭୂତରେ ଲୀନ ହେଲା ମନମୋହନଙ୍କ ପାର୍ଥିବଶରୀର । ଶିଖ୍ ରୀତିନୀତି ଅନୁସାରେ ହୋଇଛି ମନମୋହନଙ୍କ ଶେଷକୃତ୍ୟ। 

ଅଦ୍ୟତନ ହୋଇଛି
23mm

କନକ ବ୍ୟୁରୋ: ଜଳିଲା ଡ. ମନମୋହନ ସିଂଙ୍କ ଚିତା। ଗାର୍ଡ ଅଫ୍ ଅନର ଦିଆଯିବା ପରେ ନିଗମବୋଧ ଘାଟରେ ପଞ୍ଚଭୂତରେ ଲୀନ ହେଲା ମନମୋହନଙ୍କ ପାର୍ଥିବଶରୀର । ଶିଖ୍ ରୀତିନୀତି ଅନୁସାରେ ହୋଇଛି ମନମୋହନଙ୍କ ଶେଷକୃତ୍ୟ। 

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପାର୍ଥିବଶରୀର ଆର୍ମି ମେମୋରିଆଲ ଗାଡିରେ ନିଗମବୋଧ ଘାଟକୁ ନିଆଯାଇଥିଲା । ଆର୍ମି ଗାଡିରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଉପସ୍ଥିତ ଥିଲେ । ଏହାସହ ମନମୋହନ ସିଂଙ୍କ ପରିବାର ଲୋକ ବି ଥିଲେ । ପରିବାର ଓ ପ୍ରଶଂସକଙ୍କ  ଉପସ୍ଥିତିରେ ମନମୋହନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe