ଓଡିଶା Photograph: (କନକ ନ୍ୟୁଜ)
୧୫ରେ ପୂରିବ ରାସନ୍ ଇ-କେୱାଇସି ଫେରାଇବା ତାରିଖ
• ୧୫ ପରେ ଆଉ ବଢ଼ିବନି EKYC ଫେରାଇବା ଅବଧି...
• ଅଯୋଗ୍ୟ ହିତାଧିକାରୀ କାର୍ଡ ନଫେରାଇଲେ ହେବ କଠୋର ହେବେ ସରକାର...
• ବର୍ତ୍ତମାନ ସୁଦ୍ଧା ୩୭ ଲକ୍ଷ ୮୫ହାଜର ୪୯୬ କରିନାହାନ୍ତି ଏକଞ୍ଚ...
• E-KYC ନକଲେ କାର୍ଡ ସରେଣ୍ଡର ବୋଲି ଧରିନିଆଯିବ : ମନ୍ତ୍ରୀ
• ୮ ଲକ୍ଷ ଆୟକରଦାତା ହାତେଇଛନ୍ତି ରାସନ କାର୍ଡ...
• ସ୍ୱାସ୍ଥ୍ୟ କାର୍ଡ ହାତେଇବାକୁ ବିକତ ସରକାରରେ ନେଇଥିଲେ ରାସନ କାର୍ଡ । ସେମାନଙ୍କ କାର୍ଡ ବି ରଦ୍ଦ ହେବ...
୧୨ ହଜାର ଚାକିରିଆ ଓ ବଡ଼ବଡ଼ିଆ ଫେରାଇଲେଣି କାର୍ଡ...
ରାସନ କାର୍ଡ E-KYC ପାଇଁ ଫେବୃଆରୀ ୧୫ରେ ପୁରିବ କଣ୍ଟ । ବର୍ତ୍ତମାନ ସୁଦ୍ଧା ୩୭ ଲକ୍ଷ ୮୫ ହାଜର ୪୯୬ ଜଣ ଲୋକ କରିନାହାନ୍ତି E-KYC । ୬ ଦିନ ଭିତରେ ଅନ୍ୟ E-KYC କରି ଦେବାକୁ ପୁଣି ଅପିଲ କଲେ ଯୋଗାଣ ମନ୍ତ୍ରୀ ୧୧୫ ପରେ ଆଉ KYC ଅବଧି ବଢ଼ାଇବେନାହିଁ ରାଜ୍ୟ ସରକାର । ତାପରେ ବି ଯେଉଁମାନେ kyc କରିବେ ନାହିଁ, ସେଗୁଡିକୁ ସରେଣ୍ଡର ବୋଲି ଧରି ନିଆଯିବ । E-KYC ନକଲେ ସେହି କାର୍ଡ ଗୁଡ଼ିକୁ କାଟି ଦିଆଯିବ । ତଥାପି ଯଦି ଅଯୋଗ୍ୟମାନେ କାର୍ଡ ନଫେରାଇଲେ ସରକାର କଠୋର କାର୍ୟ୍ୟାନୁଷ୍ଠାନ ନେବେ ବୋଲି ଚେତାଇ ଦେଲେ ମନ୍ତ୍ରୀ । ନୂଆ ଲୋକଙ୍କୁ ଯୋଡ଼ା ଯିବ । ୬ ଲକ୍ଷ ନୂଆ ହିତାଧିକାରୀ ଆବେଦନ କରିଛନ୍ତି...
ପ୍ରାୟ ୮ ଲକ୍ଷ ଆୟକର ଦେଉଥିବା ଲୋକ କାର୍ଡ ନେଇଥିଲେ ବି ରିପୋର୍ଟ ଆସିଛି । ସେମାନେ ସ୍ବାସ୍ଥ୍ୟ କାର୍ଡ ପାଇବା ପାଇଁ ରାସନ କାର୍ଡ ନେଇଥିଲେ । ଏହାର ରିପୋର୍ଟ ମନ୍ତ୍ରୀଙ୍କର ହସ୍ତଗତ ହୋଇଛି । ଏ ନେଇ ଅଧିକାରୀ ମାନଙ୍କୁ ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହି କାର୍ଡ ଗୁଡ଼ିକ ମଧ୍ୟ କଟିବ । ଅଯୋଗ୍ୟ ହିତାଧିକାରୀ କାର୍ଡ ନେବା ନେଇ ଲିଖିତ ଅଭିଯୋଗ କଲେ ଆକ୍ସନ ହେବ ବୋଲି କହିଲେ ମନ୍ତ୍ରୀ । ଚାକିରି କରିଥିବା ବା ଆୟକର ଦେଉଥିବା ଏବେ ସୁଦ୍ଧା ୧୨ ହାଜର ଅଯୋଗ୍ୟ ରାସନ କାର୍ଡ ଫେରାଇ ସାରିଲେଣି...
Follow Us