କନକବ୍ୟୁରୋ :  ଜାନୁଆରୀ ୩୧ ରେ ଇ କେୱାଇସି ଶେଷ ହେବ , ତା ପୂର୍ବରୁ ଅଯୋଗ୍ୟ ହିତାଧିକାରୀ କାର୍ଡ ସରେଣ୍ଡର କରିବାକୁ ପୁଣି ଥରେ ଅପିଲ କଲେ ମନ୍ତ୍ରୀ , ବୋଧେ ଭୟରେ ଇ କେୱାଇସି ପାଇଁ ଆସୁ ନାହାନ୍ତି , ଖୁବଶୀଘ୍ର ସରେଣ୍ଡର କଲେ ଭଲ ,  ବ୍ଲକରେ  ୨୦୦  ରୁ ୩୦୦ ଅଧିକ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ,  ସରକାରୀ ଚାକିରୀ କରି ହାତେଇଛନ୍ତି ରାସନ କାର୍ଡ,  ସେମାନେ ଶୀଘ୍ର ସରେଣ୍ଡର କଲେ ଭଲ...

Advertisment

ସୁଚନା ଅନୁଯାୟୀ ଗରିବଙ୍କ ରାସନକାର୍ଡକୁ କବଜା କରି ବସିଥିବା ବଡ଼ ବଡ଼ିଆ ସରକାରୀ ଅଧିକାରୀଙ୍କୁ ପୁଣି ଥରେ ଚେତାବନୀ ଦେଇଥିଲେ  ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଅଯୋଗ୍ୟ ହିତାଧିକାରୀଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ୱାନ କରିଛନ୍ତି ମନ୍ତ୍ରୀ  । ଯଦି ସରକାରଙ୍କୁ କାର୍ଡ ନ ଫେରାନ୍ତି ତାହା ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରୋକ୍ ଠୋକ୍ ଶୁଣାଇ ଥିଲେ  । 

ମନ୍ତ୍ରୀ କହିଥିଲେ ଯେ ସାରା ରାଜ୍ୟରେ ଲକ୍ଷ ଲକ୍ଷ ସଂଖ୍ୟାରେ ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀ ଅଛନ୍ତି । ଇ-କେୱାଇସି ଜରିଆରେ ଏହା ସ୍ପଷ୍ଟ ହୋଇଛି । ଉକ୍ତ ଅଯୋଗ୍ୟ ହିତାଧିକାରୀମାନେ ଇ-କେୱାଇସି କରିବା ଆସୁ ନାହାଁନ୍ତି । ସେଥିରେ ଶିକ୍ଷକ, ଡାକ୍ତର, ଅଧ୍ୟାପକ ମଧ୍ୟ ରହିଛନ୍ତି । ତେଣୁ ନିଜ ତରଫରୁ ଅଯୋଗ୍ୟ ହିତାଧିକାରୀମାନେ ଇ-କେୱାଇସି ପୂର୍ବରୁ ନିଜର କାର୍ଡ ଫେରସ୍ତ କରିବାକୁ ଅପିଲ କରିଛନ୍ତି ମନ୍ତ୍ରୀ । ଯଦି କାର୍ଡ ନ ଫେରାନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଗିଦ କରାଯାଇଛି । 

ଏଠାରେ ଉଲ୍ଲେଖ ଯୋଗ୍ୟ, ପୂର୍ବରୁ ମନ୍ତ୍ରୀ କହିଥିଲେ ଯେ ରାଜ୍ୟର ପ୍ରାୟ ୪ଲକ୍ଷ ଆୟକରଦାତା ରାସନ କାର୍ଡ ନେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଓଏଏସ ଅଫିସ, ଡାକ୍ତର ଓ ଅଧ୍ୟାପକ ମଧ୍ୟ ରାସନ କାର୍ଡ ହାତେଇଛନ୍ତି । ଇ-କେୱାଇସି ଯାଞ୍ଚରୁ ସାମ୍ନାକୁ ଆସିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ । ଯଥାଶୀଘ୍ର କାର୍ଡ ଫେରସ୍ତ ନକଲେ ଫାଇନ୍‌ ଲଗାଇବାକୁ ତାଗିଦ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ଯେଉଁଦିନଠାରୁ ରାସନକାର୍ଡ ନେଇଥିବେ ସେହିଦିନଠାରୁ ଫାଇନ୍ କରି ଆଦାୟ କରାଯିବ ଏବଂ ହିସାବ କରି ସବୁ କାର୍ଡକୁ ରିକଭର କରାଯିବ ବୋଲି ମନ୍ତ୍ରୀ କହିଥିଲେ । ପୂର୍ବ ସୁଚନା ଅନୁଯାୟୀ  ରାସନ କାର୍ଡର ଇ-କେୱାଇସି ଯାଞ୍ଚ ଚାଲିଥିବାବେଳେ, କାହାର କଟିବ, କାହାର ରହିବ ସେ ନେଇ ଦ୍ୱନ୍ଦ୍ୱରେ ରହିଥିଲେ  ହିତାଧିକାରୀ ।

ଆଉ ଏତିକିବେଳେ ବଡ ସୂଚନା ଦେଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯେଉଁମାନେ ରାସନ କାର୍ଡ ପାଇବା ପାଇଁ ଯୋଗ୍ୟ ନୁହଁନ୍ତି, ସେମାନଙ୍କୁ ରାସନ କାର୍ଡ ମିଳିଛି  । ବର୍ଷ ବର୍ଷ ଧରି ସେମାନେ କାର୍ଡରେ ମାଗଣା ରାସନ ସାମଗ୍ରୀ ଉଠାଇ ଚାଲିଛନ୍ତି । ବଡ କଥା ହେଉଛି, ସେମାନଙ୍କ ମଧ୍ୟରେ ବହୁ ସଂଖ୍ୟାରେ ବାଙ୍ଗଲାଦେଶୀ ଓ ରୋହିଙ୍ଗ୍ୟା ଥିବା ଜଣାପଡିଥିଲା  ।

ଆଉ ତାପରେ ଆକ୍ସନ ମୋଡରେ ଯୋଗାଣ ବିଭାଗ ରହିଥିଲା । ଏଭଳି କେତେ ବିଦେଶୀ ଓଡିଶାରେ ରାସନ କାର୍ଡ ପାଇଛନ୍ତି, ତଦନ୍ତ କରି ସେମାନଙ୍କ ତାଲିକା ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ଯୋଗାଣ ମନ୍ତ୍ରୀ  । ବିଧାନସଭାର ତଥ୍ୟ ଅନୁସାରେ ଓଡ଼ିଶାରେ ୧ଲକ୍ଷ ୫୭ ହଜାରରୁ ଅଧିକ ବାଙ୍ଗଲାଦେଶୀ ରହୁଥିବା ପୂର୍ବ ସୂଚନା ଅନୁଯାୟୀ ତଥ୍ୟ ରହିଥିଲା ଏଥିସହ ଏବେ ବିଭିନ୍ନ ସରକାରୀ ଚାକିରିଆ ଥିବା ଏବେ ଜଣାପଡିଛି  ।