ରତ୍ନଭଣ୍ଡାରର ହେଲା ଲେଜର ସ୍କାନିଂ: ସୁଡଙ୍ଗ ଅଛି କି ନାହିଁ ଏବେ ବି ଅସ୍ପଷ୍ଟ !

ଶ୍ରୀମନ୍ଦିର ରତ୍ନଭଣ୍ଡାରର ହୋଇଛି ଲେଜର ସ୍କାନିଂ। ରତ୍ନଭଣ୍ଡାର ଭିତରେ ସୁଡ଼ଙ୍ଗ ଅଛି ନା ନାହିଁ ତାହା ଜଣାପଡିନଥିବା ବେଳେ ରାଡାର ସର୍ଭେ ଖୋଲିବ ରତ୍ନଭଣ୍ଡାର ରହସ୍ୟ। ଆଜି ଦୀର୍ଘ ୩ ଘଣ୍ଟା ଧରି ଏଏସଆଇର ଟେକ୍ନିକାଲ ଟିମ୍ ଭଣ୍ଡାର ଭିତରେ ନିରୀକ୍ଷଣ କରିଛନ୍ତି।

ed

କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ହୋଇଛି ଲେଜର ସ୍କାନିଂ। ରତ୍ନଭଣ୍ଡାର ଭିତରେ ସୁଡ଼ଙ୍ଗ ଅଛି ନା ନାହିଁ ତାହା ଜଣାପଡିନଥିବା ବେଳେ ରାଡାର ସର୍ଭେ ଖୋଲିବ ରତ୍ନଭଣ୍ଡାର ରହସ୍ୟ। ଆଜି ଦୀର୍ଘ ୩ ଘଣ୍ଟା ଧରି ଏଏସଆଇର ଟେକ୍ନିକାଲ ଟିମ୍ ଭଣ୍ଡାର ଭିତରେ ନିରୀକ୍ଷଣ କରିଛନ୍ତି।

ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା। ରତ୍ନଭଣ୍ଡାର ଭିତରେ ପ୍ରାୟ ୩ ଘଣ୍ଟା ଧରି ନୀରିକ୍ଷଣ କଲା ଏଏସଆଇର ଟେକ୍ନିକାଲ ଟିମ୍। ଲେଜର ସ୍କାନିଂ ଓ ଟେକ୍ନିକାଲ ସର୍ଭେ ସହ ତନ୍ନ ତନ୍ନ କରି ଭିତର ରତ୍ନଭଣ୍ଡାରର ଯାଞ୍ଚ କରିଛି ଟିମ୍। ତେବେ ଫିଜିକାଲ ଅନୁଧ୍ୟାନରୁ ସୁଡ଼ଙ୍ଗ ନେଇ କୌଣସି ସଂକେତ ମିଳିନଥିବା ବେଳେ ଜିପିଆରଏସ ସର୍ଭେ ପରେ ଏହା ସ୍ପଷ୍ଟ ହେବ । 

-    ପ୍ରାଥମିକ ଯାଞ୍ଚରେ କାନ୍ଥ ଓ ଚଟାଣର ଯାଞ୍ଚ ହୋଇଛି 
-    ଟିମର ସଦସ୍ୟ ସିଢି ଲଗାଇ ରତ୍ନଭଣ୍ଡାରର ଉପରପାର୍ଶ୍ବ ବି କରିଛନ୍ତି ଯାଞ୍ଚ 
-    ପୂରା ଯାଞ୍ଚ ପ୍ରକ୍ରିୟାର ହୋଇଛି ଡକ୍ୟୁମେଣ୍ଟଟେସନ

ପ୍ରଥମ ଦିନରେ ରତ୍ନଭଣ୍ଡାରର ଯାଞ୍ଚ ସରିଛି। କିନ୍ତୁ ସମ୍ପୂର୍ଣ୍ଣ ରହସ୍ୟକୁ ଭେଦ କରାଯାଇପାରିନି। ଭିତର ରତ୍ନଭଣ୍ଡାରରେ ଫାଟ ରହିଥିବା ବେଳେ ୨୫ ତାରିଖ ମଧ୍ୟରେ ପୁଣିଥରେ କରାଯିବ ଯାଞ୍ଚ। କେଉଁ ଧରଣର ଓ କେତେ ଓଜନ ବିଶିଷ୍ଟ ମେସିନ୍ ବ୍ୟବହାର କରାଯିବ ସେନେଇ ନିଷ୍ପତ୍ତି ନିଆଯିବ। ରାଡାର ସର୍ଭେ ପରେ ସମ୍ପୂର୍ଣ୍ଣ ରିପୋର୍ଟ ସରକାରଙ୍କୁ ଦିଆଯିବ। 

ସରକାରଙ୍କୁ ଚୂଡାନ୍ତ ରିପୋର୍ଟ ଦିଆଯିବା ପରେ  ରତ୍ନଭଣ୍ଡାରର ସୁଡଙ୍ଗ ଉପରୁ ପରଦା ହଟିବ। ଏବଂ ନିର୍ଦ୍ଧାରିତ ଏସଓପି ଅନୁଯାୟୀ ରତ୍ନଭଣ୍ଡାରର ମରାମତି କରିବ ଏଏସଆଇ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe