କନକ ବ୍ୟୁରୋ : ରାଜ୍ୟ ପରିବହନ କ୍ଷେତ୍ରରେ ବଡ଼ ଧରଣର ଆର୍ଥିକ ହେରଫେର ହୋଇଥିବା ଜାଣିବାକୁ ପାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ସେଥିପାଇଁ ପରିବହନ ବିଭାଗ ସହିତ ଜଡ଼ିତ ୩୪ ଜଣଙ୍କର ତଥ୍ୟ ମାଗିଛି ଇଡି । କଟକ ପରିବହନ କମିସନରଙ୍କ କାର୍ଯ୍ୟାଳୟକୁ ସମସ୍ତ ତଥ୍ୟ ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ସଂକ୍ରାନ୍ତରେ ଇଡି ପକ୍ଷରୁ ଗତ ଜୁଲାଇ ୨୨ ତାରିଖରେ ରାଜ୍ୟ ପରିବହନ ଓ ବାଣିଜ୍ୟ ବିଭାଗକୁ ଚିଠି କରାଯାଇଥିଲା ।
/filters:format(webp)/kanak/media/media_files/2025/08/13/ed-letter-2025-08-13-07-13-35.png)
ଅଗଷ୍ଟ ୮ ତାରିଖରେ ବିଭାଗ ପକ୍ଷରୁ କଟକ ପରିବହନ ଆୟୁକ୍ତଙ୍କ କାର୍ଯ୍ୟାଳୟକୁ ସମସ୍ତ ତଥ୍ୟ ପଠାଇବାକୁ ନିର୍ଦ୍ଦେଶ ଦେଇଛି ଇଡି । ଅଭିଯୋଗ ଅନୁସାରେ, କେତେକ ପରିବହନ ସଂସ୍ଥା ଗାଡ଼ି ଗୁଡ଼ିକର ରେଜିଷ୍ଟ୍ରେସନ୍ ନବୀକରଣ ନକରି କିମ୍ବା ଟିକସ ଫାଙ୍କି ଗାଡ଼ି ଚଲାଉଥିବା ପରିବହନ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଆସୁଛି । ଏଥିସହ ଯେଉଁମାନଙ୍କ ନାଁରେ ଗାଡ଼ି ଗୁଡ଼ିକ ପଞ୍ଜୀକରଣ ହୋଇଥିଲା, ସେମାନଙ୍କ ଆର୍ଥିକ କାରବାର ଜାଣିବାକୁ ଏପରି ଚିଠି କରାଯାଇଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/08/13/scnner-ed-2025-08-13-07-35-14.jpg)