ଘୋଡ଼ାଘାଟରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

କୋରାପୁଟ ଜିଲ୍ଲା ଘୋଡ଼ାଘାଟ ପାହାଡ଼ ଉପରୁ ବିସ୍ଫୋରକ ଜବତ । ବୋମା ସନ୍ଧାନକାରୀ ମେସିନ ଜରିଆରେ ବିସ୍ଫୋରକ ଠାବ । ଜବତ ହେଲା ୨୭ଟି ଜିଲୋଟିନ ଷ୍ଟିକ୍ । ଗୁଇନ୍ଦା ସୂଚନା ଆଧାରରେ ବିଏସଏଫ ଯବାନଙ୍କ ଅପରେସନ । 

7-Ghodahata

କନକ ବ୍ୟୁରୋ: କୋରାପୁଟ ଜିଲ୍ଲାରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ । ଗୁପ୍ତେଶ୍ୱର ପଞ୍ଚାୟତର ସାବେରୀ ନଦୀ କୂଳରେ ଥିବା ଘୋଡ଼ାଘାଟ ପାହାଡ଼ ଉପରୁ ଜବତ ହୋଇଛି ବିସ୍ଫୋରକ ସାମଗ୍ରୀ । ସୂଚନା ଅନୁସାରେ, ବୈପାରିଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ଠାରେ ଥିବା ୧୮୦ ବିଏସଏଫ ବାଟାଲିୟନର ଯବାନମାନେ ବିଶେଷ ସୂତ୍ରରୁ ଖବର ପାଇ ପାହାଡ଼ ଉପରେ ଚଢ଼ି ବୋମା ସନ୍ଧାନ ମେସିନ ନେଇ ଖୋଜାଖୋଜି କରିବା ଆରମ୍ଭ କରିଥିଲେ । ଘୋଡାଘାଟ ପାହାଡ଼ର ଏକ ପଥର ତଳେ କିଛି ଜିଲୋଟିନ ଷ୍ଟିକ୍ ଥିବା ଜଣାପଡିଥିଲା । ଏହାପରେ ତୁରନ୍ତ ସମସ୍ତ ଜିଲୋଟିନ ଷ୍ଟିକ୍ ବାହାର କରାଯାଇଥିଲା । ଏଗୁଡ଼ିକୁ ଅତି ସତର୍କତାର ସହ ବିଏସଏଫ କ୍ୟାମ୍ପକୁ ଆଣିବା ପରେ ଗଣିବା ଆରମ୍ଭ ହୋଇଥିଲା । ଜବତ କରାଯାଇଥିବା ଜିଲୋଟିନ ଷ୍ଟିକ୍ ଗଣିବାରୁ ସେଥିରେ ୨୭ଟି ଷ୍ଟିକ୍ ରହିଥିବା ଜଣାପଡିଛି । ଏଗୁଡ଼ିକୁ ବୈପାରିଗୁଡା ଥାନାକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ରହିଛି । ମାଓବାଦୀମାନେ ଏଗୁଡ଼ିକୁ ରଖିଥିବା ସନ୍ଦେହ କରାଯାଉଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe