କନକ ବ୍ୟୁରୋ: ଭୁବନେଶ୍ୱର ଆକାଶରେ ପ୍ରତ୍ୟେକ ଦିନ ବିଭିନ୍ନ ଏୟାରଲାଇନ୍ସର ବିମାନ ଉଡୁଛି । ସୁରକ୍ଷିତ ଭାବେ ଉଡୁଛି ଓ ଅବତରଣ ବି ହେଉଛି । ସବୁକିଛି ଠିକ୍ଠାକ୍ ଚାଲିଛି, କିନ୍ତୁ ଆପଣ ଜାଣିଛନ୍ତି ବୋଇଂ ୭୪୭ ଓ ବୋଇଂ ୭୮୭ ଭଳି ବଡ଼ ବିମାନ ଭୁବନେଶ୍ୱର ବିମାନବନ୍ଦରରେ ଏମରଜେନ୍ସି ଅବତରଣ କରେ ତେବେ ଏହି ରନଓ୍ୱେରୁ ଉଡିବା ସମ୍ଭବ ହେବ ନାହିଁ ।
କାରଣ ଭୁବନେଶ୍ୱର ବିମାନବନ୍ଦର ରନଓ୍ୱେର ଲମ୍ୱ ହେଉଛି ମାତ୍ର ୮, ୯୯୯ ଫୁଟ୍ । ଏହି ରନଓ୍ୱେରେ ବଡ ବିମାନ ଉଡିବା ସମ୍ଭବ ନୁହଁ ବୋଲି କହିଛନ୍ତି ବିଶେଷଜ୍ଞ । କେବଳ ଏତିକିରେ ସରିନାହିଁ ସମସ୍ୟା । ଭୁବନେଶ୍ବର ଐତିହ୍ୟ ସହ ଯୋଡି ହୋଇ ରହିଥିବା ପ୍ରଭୁ ଲିଙ୍ଗରାଜ ମନ୍ଦିର ପାଇଁ ମଧ୍ୟ ବିପଦ ରହଛି ।
ପ୍ରତିଦିନ ଲିଙ୍ଗରାଜ ମନ୍ଦିରର ଅତି ପାଖ ଦେଇ ବିମାନ ଯାତାୟତ କରୁଥିବାରୁ କେତେବେଳେ କଣ ଘଟିବ, ସେ ନେଇ ଆଶଙ୍କା ପ୍ରକାଶ ପାଇଛି । ଏଭଳି ସ୍ଥିତିରେ ଭୁବନେଶ୍ବର ବିମାନବନ୍ଦରର ଭବିଷ୍ୟତକୁ ନେଇ ଚିନ୍ତା ପ୍ରକାଶ ପାଇଛି । ଆଗାମଦିନରେ ଭୁବନେଶ୍ବରର ବିଜୁ ପଟ୍ଟନାୟକ ବିମାନବନ୍ଦର କାମ କରିବ ନା ଅନ୍ୟତ୍ର ସ୍ଥାନାନ୍ତର ହେବ, ତାକୁ ନେଇ ଜୋର ଧରିଛି ଚର୍ଚ୍ଚା ।