ଦିନକେଇଟା ପରେ ସପ୍ତପୁରୀ ଅମାବାସ୍ୟା । ସୁବର୍ଣ୍ଣପୁରରେ ପାଳିତ ହେବ ଐତିହାସିକ ଲଙ୍କାପୋଡି ପର୍ବ, ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

Advertisment
171

କନକ ବ୍ୟୁରୋ :  ସପ୍ତପୁରୀ ଅମାବାସ୍ୟାରେ ସୁବର୍ଣ୍ଣପୁର ସହରରେ ପାଳିତ ହୁଏ ଲଙ୍କାପୋଡି ଉତ୍ସବ। ଏହି ନିଆରା ଉତ୍ସବ ପାଳନ ପାଇଁ କୁମ୍ଭକାରମାନେ ତିଆରି କରିବାରେ ଲାଗିଛନ୍ତି ଟେରାକୋଟା ହନୁମାନ ସାଙ୍ଗକୁ କୁଣ୍ଢିକାଚି। ରାମାୟଣ ବର୍ଣ୍ଣିତ ଲଙ୍କାପୋଡି ଉତ୍ସବ ପାଳନ ପାଇଁ ସହରବାସୀ ବେଶ ଉତ୍ସାହିତ। ଅମାବାସ୍ୟାର ଅନ୍ଧାର ରାତିରେ ଟେରାକୋଟାର ହନୁମାନ ଲାଞ୍ଜରେ ନିଆଁ ଲଗାଇ ସହର ପରିକ୍ରମା କରିଥାନ୍ତି ଛୋଟଛୋଟ ପିଲାମାନେ।

ସାଧାରଣ ହନୁମାନ ମୂର୍ତ୍ତି ଠାରୁ ଟିକେ ଅଲଗା ଟେରାକୋଟା ବିକୃତ ମୁଖା ହନୁମାନ। ଯାହା ଏହି ପର୍ବର ମୁଖ୍ୟ ଆକର୍ଷଣ। ସପ୍ତପୁରୀ ଅମାବାସ୍ୟାରେ ଦିରେ ଛୋଟଛୋଟ ଝିଅମାନେ ମାଟି ତିଆରି କୁଣ୍ଢିକାଚି ଖେଳୁଥିବା ବେଳେ ପୁଅମାନେ କାଠ ତିଆରି ଘୋଡା, ହାତୀକୁ ନେଇ ଏହି ପର୍ବ ପାଳିଥାନ୍ତି। ଏବେ ସହର ବଜାର ସବୁଆଡ଼େ ବିକ୍ରି ଚାଲିଛି ହଜାରହଜାର ସଂଖ୍ୟାରେ କାଠ ତିଆରି ଘୋଡା, ହାତୀ ଓ ଟେରାକୋଟା ହନୁମାନ ସହିତ କୁଣ୍ଢିକାଚି। 

ମହାରଣା ଓ କୁମ୍ଭକାର କାରିଗରମାନେ ଘୋଡା, ହାତୀ, ମାଟି ହନୁମାନ ଓ କୁଣ୍ଢିକାଚି ତିଆରି କରି ଦୁଇ ପଇସା  ରୋଜଗାର ଆଶା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe