କନକ ବ୍ୟୁରୋ:  ଆମେ ଓଡ଼ିଆ । ଓଡ଼ିଆ ଭାଷା ଭିତିରେ ଗଠନ ହୋଇଥିବା ଓଡ଼ିଶା ପ୍ରଥମ ରାଜ୍ୟ । ଏଥିପାଇଁ ଆମେ ପ୍ରତି ବର୍ଷ ଉତ୍କଳ ଦିବସ ବା ଓଡ଼ିଶା ଦିବସ ପାଳନ କରୁଛେ । ହେଲେ, ଓଡ଼ିଆ ଭାଷାର ସୁରକ୍ଷାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ବିଶେଷକରି ସୀମାବର୍ତ୍ତି ଅଞ୍ଚଳରେ ଓଡ଼ିଆ ଭାଷାର ଅସ୍ତିତ୍ବକୁ ନେଇ ସଙ୍କଟ ସୃଷ୍ଟି ହୋଇଛି । ଆମେ ଓଡ଼ିଆ  । ଓଡ଼ିଆ ଭାଷା ଭିତିରେ ଗଠନ ହୋଇଥିବା ଓଡ଼ିଶା ପ୍ରଥମ ରାଜ୍ୟ । ଏଥିପାଇଁ ଆମେ ପ୍ରତିବର୍ଷ ଉତ୍କଳ ଦିବସ ବା ଓଡ଼ିଶା ଦିବସ ପାଳନ କରୁଛେ । ହେଲେ, ଓଡ଼ିଆ ଭାଷାର ସୁରକ୍ଷାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ବିଶେଷକରି ସୀମାବର୍ତ୍ତି ଅଞ୍ଚଳରେ ଓଡ଼ିଆ ଭାଷାର ଅସ୍ତିତ୍ବକୁ ନେଇ ସଙ୍କଟ ସୃଷ୍ଟି ହୋଇଛି । 

Advertisment

ଦିନକ ପରେ ପାଳନ ହେବ ଉତ୍କଳ ଦିବସ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । କିନ୍ତୁ ଆନ୍ଧ୍ର ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରୁ ଯାହା ସାମନାକୁ ଆସିଛି ତାହା ଅତ୍ୟନ୍ତ ଚିନ୍ତାଜନକ ।  ରାୟଗଡା ଜିଲ୍ଲା ଆନ୍ଧ୍ର- ଓଡ଼ିଶା ସୀମାନ୍ତ ଦୃଶ୍ୟ । ସୀମା ଏପଟେ ଓଡିଶା, ଆରପଟେ ଆନ୍ଧ୍ର ପ୍ରଦେଶ । ସୀମାବର୍ତ୍ତି ଏହି ଅଞ୍ଚଳରେ ଏବେ ଓଡ଼ିଆ ଭାଷା ନିଜର ଅସ୍ତିତ୍ବ ହରାଇବାକୁ ବସିଲାଣି । ସୀମାର ରହୁଥିବା ଅଧିକାଂଶ ଲୋକ ମୁଖ୍ୟତଃ କୁଇ କିମ୍ବା ଓଡ଼ିଆ ଭାଷାରେ କଥା ହୋଇଥାନ୍ତି । ହେଲେ, ବର୍ତ୍ତମାନ ସେମାନେ ଓଡ଼ିଆ ଭାଷା ଛାଡି ତେଲଗୁ ଭାଷାରେ କଥା ହେଉଥିବା ଦେଖିବାକୁ ମିଳୁଛି । 

ସୀମାନ୍ତର ଏଭଳି ସ୍ଥିତି ପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି ବୁଦ୍ଧଜୀବୀ । କ୍ଷୋଭର ସହ କହିଛନ୍ତି, ପିଲା କମ୍ ଥିବା କହି ଦୀଘ ଦିନ ହେବ ଏହି ଅଞ୍ଚଳରେ ଓଡ଼ିଆ ସ୍କୁଲ ଗୁଡିକୁ ବନ୍ଦ କରିଦିଆଯାଇଛି । ଶିକ୍ଷା ବିଭାଗ ଗୁରୁତ୍ବ ନଦେବାରୁ ସୀମାନ୍ତରେ ରହୁଥିବା ଓଡ଼ିଆ ଛାତ୍ରଛାତ୍ରୀ ପଡୋଶୀ ଆନ୍ଧ୍ରକୁ ଯାଇ ସେଠାରେ ତେଲଗୁ ଭାଷାରେ ପାଠ ପଢ଼ୁଛନ୍ତି । ଏଥିସହ ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟ ପାଇଁ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡୁଥିବାରୁ ତେଲଗୁରେ କଥା ହେଉଛନ୍ତି ।