ତାମିଲନାଡୁରେ ତେଜୁଛି ଭାଷା ବିବାଦ ; ଜାତୀୟ ଶିକ୍ଷା ପଲିସିକୁ ରାଜ୍ୟ ସରକାରଙ୍କ ବିରୋଧକୁ କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କ ସମାଲୋଚନା

ତାମିଲନାଡୁରେ ତେଜୁଛି ଭାଷା ବିବାଦ ;  ଜାତୀୟ ଶିକ୍ଷା ପଲିସିକୁ ରାଜ୍ୟ ସରକାରଙ୍କ ବିରୋଧକୁ କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କ ସମାଲୋଚନା । ନୂଆ ଶିକ୍ଷାନୀତିରେ ଟ୍ରାଏ ଲାଙ୍ଗୁଏଜକୁ ବାଧ୍ୟତାମୂଳକ କରାଯିବା ନେଇ ତାମିଲନାଡୁ ସରକାରଙ୍କ ବିରୋଧ । 

language dispute

language dispute Photograph: (kanakNews)

କନକ ବ୍ୟୁରୋ : ପୁଣିଥରେ ମୁଣ୍ଡ ଟେକିଛି ହିନ୍ଦି-ତାମିଲ ବିବାଦ। ତାମିଲନାଡୁ ଶିକ୍ଷା ବ୍ୟବସ୍ଥାରେ ହିନ୍ଦି ଭାଷା ପ୍ରଚଳିତ କରିବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ତାମିଲନାଡୁ ଓ କେନ୍ଦ୍ର ସରକାର। ରାଜ୍ୟରେ ଜାତୀୟ ଶିକ୍ଷାନୀତି ଲାଗୁ କରିବା ସହିତ ଟ୍ରାଏ ଲାଙ୍ଗୁଏଜକୁ ବାଧ୍ୟତାମୂଳକ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହାକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଓ ଅନ୍ୟ ନେତା ମାନେ ଘୋର ବିରୋଧ କରିଛନ୍ତି। ତାମିଲ ଆମର ମାତୃଭାଷା, ଏହା ପାଇଁ ଆମେ ମରିବାକୁ ମଧ୍ୟ ପ୍ରସ୍ତୁତ ଅଛୁ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି। ସେପଟେ ଏହି ଆଞ୍ଚଳିକତାବାଦର ଉତ୍ତେଜନାକୁ ସମାଧାନ କରିବାକୁ ମୋଦିଙ୍କ ହସ୍ତକ୍ଷେପ ଲୋଡାଯାଇଛି। 
ତାମିଲନାଡୁରେ ଭାଷା ବିବାଦ: 

-ପୁଣିଥରେ ମୁଣ୍ଡ ଟେକିଛି ହିନ୍ଦି-ତାମିଲ ବିବାଦ :


-ଜାତୀୟ ଶିକ୍ଷାନୀତିରେ ଟ୍ରାଏ ଲାଙ୍ଗୁଏଜ ବ୍ୟବସ୍ଥାକୁ ତାମିଲନାଡୁରେ ବିରୋଧ
-ମୁହାଁମୁହିଁ ହୋଇଛନ୍ତି ତାମିଲନାଡୁ ସରକାର ଓ କେନ୍ଦ୍ର ସରକାର
-କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଘୋର ବିରୋଧ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ
-ତାମିଲ ଭାଷାର ସୁରକ୍ଷା ପାଇଁ ମରିବାକୁ ପ୍ରସ୍ତୁତ ବୋଲି କହିଲେ କମଲ ହାସନ
-ଭାଷାଗତ ସମସ୍ୟାକୁ ସମାଧାନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe