କନକ ବ୍ୟୁରୋ: ମୋହନାରେ ଭୂସ୍ଖଳନ । ଗଜପତି ମୋହନାରେ ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ମୋହନା ବ୍ଲକର ପାପାଏଜୁ ଗାଁ ନିକଟ ଘାଟିର ଦୁର୍ଗମା ପାହାଡ଼ରେ ଭୂସ୍ଖଳନ ହୋଇ ମାଟି ଅତଡ଼ା ଖସିଛି। ଫଳରେ ୨୦ରୁ ଅଧିକ ଗାଁକୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଗତକାଲି ଠାରୁ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗିରହିଛି । ତେବେ ଘଟଣାସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ବେଳେ ସ୍ଥାନୀୟ ଲୋକେ ନିଜ ଉଦ୍ୟମରେ ରାସ୍ତା ସଫା କରୁଛନ୍ତି ।
ବର୍ଷା ପବନ ଯୋଗୁଁ ଭାଙ୍ଗିଲା ସାଂସ୍କୃତିକ ମଞ୍ଚ । କଟକ ଶଙ୍କରପୁର ବାଦାମବାଡ଼ି ପୂଜା କମିଟି ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମର ମଞ୍ଚ ଭାଙ୍ଗି ଯାଇଛି । ଗତକାଲି ମେଲୋଡି କାର୍ଯ୍ୟକ୍ରମ ଶେଷ ହେବା ପରେ ପରେ ଏଭଳି ଘଟଣା ଘଟିଛି ।
ଲଘୁଚାପ ବର୍ଷା ପ୍ରଭାବରେ ଆଜି ଭୋରରୁ ଗଞ୍ଜାମ ଖଲ୍ଲିକୋଟରେ ପବନ ସହ ପ୍ରବଳ ବର୍ଷା ହୋଇଛି। ବର୍ଷା ଫଳରେ ଗଞ୍ଜାମ ଜିଲ୍ଲା ଭେଜିପୁଟ ଠାରୁ ସୁମଣ୍ଡଳ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର କହ୍ନେଇପୁର ନିକଟରେ ଏକ ବିରାଟ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି । ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।