କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ରିୟାସି ଜିଲ୍ଲାରେ ତ୍ରିକୁଟା ପାହାଡ଼ରେ ଥିବା ମାତା ବୈଷ୍ଣୋ ଦେବୀ ମନ୍ଦିରକୁ ଯିବା ରାସ୍ତାରେ ମଙ୍ଗଳବାର ଦିନ ଭୂସ୍ଖଳନ ହୋଇଛି । ଅର୍ଦ୍ଧକୁଆଁରୀ ପାଖରେ ଭୂସ୍ଖଳନ ହୋଇ ୫ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି ଏବଂ ୧୪ ଜଣ ଆହତ ହୋଇଥିବାର ସୂଚନା ଜାତୀୟ ଗଣମାଧ୍ୟମରୁ ମିଳୁଛି । ଏବେ ବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହୁରି କିଛି ଶ୍ରଦ୍ଧାଳୁ ମାଟି ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଜମ୍ମୁ-କାଶ୍ମୀରର ଅନେକ ସ୍ଥାନରେ ଲଗାତାର ତୃତୀୟ ଦିନରେ ମଧ୍ୟ ପ୍ରବଳ ବର୍ଷା ହେଉଛି, ଯେଉଁ କାରଣରୁ ତ୍ରିକୁଟା ପାହାଡ଼ରେ ଭୂସ୍ଖଳନ ହୋଇଛି । ସୂଚନାଯୋଗ୍ୟ ଯେ ଜମ୍ମୁ ଡିଭିଜନରେ ପ୍ରବଳ ବର୍ଷା କାରଣରୁ ଏପର୍ଯ୍ୟନ୍ତ ୮ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏମାନଙ୍କ ମଧ୍ୟରୁ ୫ ଜଣ ଶ୍ରଦ୍ଧାଳୁ ଥିବା ଜଣାପଡ଼ିଛି । ଯେଉଁମାନେ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ କରିବାକୁ ଆସିଥିଲେ । ୨୪ରୁ ଅଧିକ ଘର ଏବଂ ପୋଲ ଭାଙ୍ଗି ଯାଇଛି । ଜମ୍ମୁରେ ପ୍ରାୟ ସମସ୍ତ ଜଳାଶୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି, ଯେଉଁ କାରଣରୁ ସହର ଏବଂ ଅନ୍ୟ ସ୍ଥାନରେ ଅନେକ ତଳିଆ ଅଞ୍ଚଳ ଓ ରାସ୍ତାରେ ପାଣି ଜମି ରହିଛି । ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା କହିଛନ୍ତି ଯେ ଜମ୍ମୁ ଡିଭିଜନର ଅନେକ ସ୍ଥାନରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି । ସେ ନିଜେ ସ୍ଥିତି ଉପରେ ନଜର ରଖିବା ପାଇଁ ଶ୍ରୀନଗରରୁ ଫ୍ଲାଇଟରେ ଜମ୍ମୁ ଆସିବେ ।
ବୈଷ୍ଣୋ ଦେବୀରେ ଭୂସ୍ଖଳନ : ୫ ମୃତ , ୧୪ ଗୁରୁତର
ଜମ୍ମୁ-କାଶ୍ମୀରର ଅନେକ ସ୍ଥାନରେ ଲଗାତାର ତୃତୀୟ ଦିନରେ ମଧ୍ୟ ପ୍ରବଳ ବର୍ଷା ହେଉଛି, ଯେଉଁ କାରଣରୁ ତ୍ରିକୁଟା ପାହାଡ଼ରେ ଭୂସ୍ଖଳନ ହୋଇଛି ।
/kanak/media/media_files/2025/08/26/vaishno-devi-2025-08-26-19-02-11.jpg)