କନକ ବ୍ୟୁରୋ : ବର୍ଷାରେ ଧସିଲା ମାଟି । କନ୍ଧମାଳ କଳିଙ୍ଗାଘାଟିରେ ମାଟି ଅତଡ଼ା ଖସି ନିର୍ମାଣାଧୀନ ସୁରକ୍ଷା ପାଚେରୀ ଭୁଶୁଡ଼ିପଡ଼ିଛି । ଫଳରେ ଅନ୍ଧାରିକୋଟିରେ ୧୫୭ ନମ୍ବର ଜାତୀୟ ରାଜପଥ ରାସ୍ତା ସଂକୀର୍ଣ୍ଣ ହେବା ଯୋଗୁଁ ଯାତାୟାତ ବିପଦପୂର୍ଣ୍ଣ ପାଲଟିଛି । ତେବେ ମଝିରେ ମଝିରେ ବର୍ଷା ହେଉଥିବାରୁ ପୁଣି ମାଟିଅତଡ଼ା ଖସୁଥିବା ଦେଖିବାକୁ ମିଳିଛି । ତିନିଦିନ ହେବ କଳିଙ୍ଗା ଘାଟି ବିପଦ ପୂର୍ଣ୍ଣ ହୋଇଥିବା ବେଳେ ଶହ ଶହ ଗାଡି ଚାଳକ ଜୀବନକୁ ବାଜି ଲଗାଇ ଯିବା ଆସିବା କରୁଛନ୍ତି । ଏଥି ପ୍ରତି ବିଭାଗୀୟ ଅଧିକାରୀ ମାନେ କୌଣସି ସୂଚନା ଫଳକ କିମ୍ୱା ଅନ୍ୟ ରାସ୍ତା ବ୍ୟବସ୍ଥା କରୁନାହାନ୍ତି । ଲଗାଣବର୍ଷା ହେଲେ ଘାଟି ପ୍ରତି ବିପଦ ଆଶଙ୍କା ଦେଖାଦେଇଛି । ମାଟି ତଳେ ପାହାଡ଼ ପାଣି ଯିବା ଲାଗି ରହିଥିବା ହୋସ୍ ପାଇପ୍ ମଧ୍ୟ ଦେଖାଯାଉଛି । ଗତବର୍ଷ ମଧ୍ୟ ଏଭଳି କାମ ଚାଲୁଥିବା ସମୟରେ ମାଟି ଅତଡ଼ା ଭୁଶୁଡ଼ି ପଡିଥିଲା । ପରେ ଠିକା ସଂସ୍ଥା ଏହାକୁ ସଜାଡ଼ିଥିଲା । ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଏହାର ଭବିଷ୍ୟତ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବଡ଼ କଥା ହେଉଛି ଦକ୍ଷିଣଓଡ଼ିଶା ଓ ପଶ୍ଚିମଓଡ଼ିଶା ମଧ୍ୟରେ ଯୋଗାଯୋଗର ପ୍ରମୁଖ ମାଧ୍ୟମ ହେଉଛି ଏହି ରାସ୍ତା । ଗଞ୍ଜାମ-କନ୍ଧମାଳ ଜିଲ୍ଲା ସୀମାନ୍ତ କଳିଙ୍ଗାଘାଟି ଦେଇ ପ୍ରତିଦିନ ବୌଦ୍ଧ, ସମ୍ବଲପୁର, ବଲାଙ୍ଗୀର, ବରଗଡ଼, ରାୟଗଡା,କଳାହାଣ୍ଡିରୁ ଭୁବନେଶ୍ୱର, ବ୍ରହ୍ମପୁରକୁ ଶହ ଶହ ଛୋଟ ବଡ଼ ଯାନ ଯାତାୟାତ କରିଥାଏ । ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ରାସ୍ତାକୁ ଚଉଡ଼ା କରୁଛନ୍ତି । ଘାଟିର ଅଧିକାଂଶ ଅଞ୍ଚଳ ଓସାର ହୋଇସାରିଥିବା ବେଳେ ଅନ୍ଧାରିକୋଟି ମନ୍ଦିର ନିକଟରେ ରାସ୍ତା ସଂପ୍ରସାରଣ ହୋଇପାରୁନି । ସେଠାରେ ତଳୁ ମାଟି ପୋତି ପଥରକୁ ପଥର ବାନ୍ଧି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ୨ ବର୍ଷ ହେଲା ଚାଲିଛି । ଆଉ ଏବେ ବର୍ଷାରେ ଏହି ରାସ୍ତା ପୁଣି ଥର ବିପଦପୂର୍ଣ୍ଣ ହୋଇ ଯାଇଛି ।
କନ୍ଧମାଳ କଳିଙ୍ଗା ଘାଟିରେ ପୁଣି ଧସିଲା ମାଟି, ପୁଣି ଅଟକିଲା ରାସ୍ତା ନିର୍ମାଣ କାମ, ଯାତାୟାତରେ ସମସ୍ୟା
ତେବେ ମଝିରେ ମଝିରେ ବର୍ଷା ହେଉଥିବାରୁ ପୁଣି ମାଟିଅତଡ଼ା ଖସୁଥିବା ଦେଖିବାକୁ ମିଳିଛି । ତିନିଦିନ ହେବ କଳିଙ୍ଗା ଘାଟି ବିପଦ ପୂର୍ଣ୍ଣ ହୋଇଥିବା ବେଳେ ଶହ ଶହ ଗାଡି ଚାଳକ ଜୀବନକୁ ବାଜି ଲଗାଇ ଯିବା ଆସିବା କରୁଛନ୍ତି । ଏଥି ପ୍ରତି ବିଭାଗୀୟ ଅଧିକାରୀ ମାନେ କୌଣସି ସୂଚନା ଫଳକ କିମ୍ୱା ଅନ୍ୟ ରାସ୍ତା ବ୍ୟବସ୍ଥା କରୁନାହାନ୍ତି । ଲଗାଣବର୍ଷା ହେଲେ ଘାଟି ପ୍ରତି ବିପଦ ଆଶଙ୍କା ଦେଖାଦେଇଛି ।
/kanak/media/media_files/2025/06/19/dfdddd-2025-06-19-11-50-56.jpg)