କନକ ବ୍ୟୁରୋ: ପାହାଡରୁ ମାଟି ଧସି ରେଳ ଲାଇନ୍ ଅବରୋଧ । ଏବେ ବି ସ୍ୱାଭାବିକ ହୋଇପାରିନି ସ୍ଥିତି । ଦ୍ଵିତୀୟ ଦିନରେ ବି ସ୍ଵାଭାବିକ ହୋଇପାରିନି କେକେ ଲାଇନ । ଏହି କାମରେ ନିୟୋଜିତ ଅଛନ୍ତି ୩ଶହ ଶ୍ରମିକ । ଏହାସହ ଚାଲିଛି ଯୁଦ୍ଧକାଳୀନ ଭିତ୍ତିରେ କାମ । କୋରାପୁଟ ଜୟପୁର ରେଳ ଲାଇନର ଜରଟି ଓ ମାଳିଗୁଡା ମଧ୍ୟରେ ଗତକାଲି ଲଗାଣ ବର୍ଷା ଯୋଗୁ ପାହାଡ଼ରୁ ମାଟି ପଥର ଖସି ଟ୍ରେନ୍ ଲାଇନ ଅବରୋଧ ହୋଇଥିଲା । ଯାହା ଫଳରେ କୋରାପୁଟରୁ ଜଗଦଲପୁର ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇପଡ଼ିଥିଲା । ଜଗଦଲପୁରକୁ ଯାଉଥିବା ଟ୍ରେନକୁ ବାତିଲ କରାଯାଇଛି । ପାହାଡ଼ରୁ ଖସି ଟ୍ରେନ ଲାଇନ ଉପରେ ପଡ଼ିଥିବା ମାଟି ଓ ପଥରକୁ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । ମୋଟ ୧୩ ଟି ଭାରି-ଡ୍ୟୁଟି ଏକ୍ସକାଭେଟର ଏବଂ ୩୦୦ରୁ ଅଧିକ ଲୋକ କାଦୁଅ, ପଥର ସଫା କରିବା ପାଇଁ ଦିନରାତି କାମ କରୁଛନ୍ତି । ଆଜି ସକାଳ ସୁଦ୍ଧା ଅଧାରୁ ଅଧିକ ସଫା କରାଯାଇଛି । ସନ୍ଧ୍ୟା ସୁଦ୍ଧା ଟ୍ରେନ ଲାଇନରୁ ସମ୍ପୂର୍ଣ୍ଣ ଭାବେ ମାଟି ଓ ପଥର ହଟାଯିବ ବୋଲି ଆଶା ରହିଛି ।