କନକ ବ୍ୟୁରୋ: ପୁଣି ଚମୋଲିରେ ଅଘଟଣ । ପୁଣି ବାଦଲ ଫାଟିବାରୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଦେବଲାଳ୍ ବ୍ଲକର ମୋପଟା ଅଞ୍ଚଳରେ ବନ୍ୟା ଓ ଭୂସ୍ଖଳନ୍ ହୋଇଛି । ସୂଚନା ଅନୁସାରେ, ୨ଜଣ ନିଖୋଜ ଅଛନ୍ତି । କେଦାରଘାଟୀର ଲାଭାରା ଗ୍ରାମରେ ଏକ ପୋଲ ଭାଙ୍ଗିଯାଇଛି, ଯାହା ଚେନାଗଡ଼ ଅଞ୍ଚଳରେ ସଙ୍କଟ ବଢ଼ାଇଛି । ରୁଦ୍ରପ୍ରୟାଗରେ ଆଲକାନନ୍ଦା ନଦୀର ଜଳସ୍ତର ବିପଦ ସଂଙ୍କେତ ସ୍ତର ଉପରେ ପହଞ୍ଚିଛି, ଯାହାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
ପ୍ରବଳ ବର୍ଷାରୁ ପାହାଡ଼ରେ ଭୂସ୍ଖଳନ୍ ହୋଇ ମାଲାରୀ ଜାତୀୟ ରାସ୍ତା ଲାଟା ଗ୍ରାମ ନିକଟରେ ବନ୍ଦ୍ ହୋଇଛି, ଯାହା ଭାରତ-ଚୀନ୍ ସୀମାନ୍ତକୁ ଯୋଡ଼େ । ବାସୁ କେଦାରରେ ଚାରିଟି ଘର ବନ୍ୟାରେ ସମୂର୍ଣ୍ଣ ଭାଙ୍ଗିଯାଇଛି । କିନ୍ତୁ ସମସ୍ତ ବ୍ୟକ୍ତିଙ୍କୁ ନିରାପଦ ବାହାର କରାଯାଇଛି । ରୁଦ୍ରପ୍ରୟାଗରେ ହନୁମାନ୍ ମନ୍ଦିର ଜଳମଗ୍ନ ହୋଇଛି ଏବଂ ଗୃହକୁ ପାଣି ପ୍ରବେଶ କରିଛି । ଆଇଏମ୍ଡି ଦ୍ୱାରା ଡେରାଡୁନ୍ , ବାଗେଶ୍ୱର, ନୈନିଟାଲ୍, ପୀଠୋରାଗଢ଼ ପାଇଁ ଅରେଞ୍ଜ୍ ଅଲର୍ଟ୍ ଜାରି କରାଯାଇଛି, ଯେଉଁଠାରେ ଅତ୍ୟଧିକ ବର୍ଷାର ଆଶଙ୍କା ରହିଛି ।
ପୁଣି ଚମୋଲିରେ ବାଦଲ ଫଟା ବର୍ଷା , ୨ନିଖୋଜ ସୂଚନା
ଗାଁ ସାରା ଭଗ୍ନାବଶେଷ ଏବଂ ଧ୍ୱଂସ ଦେଖିବାକୁ ମିଳୁଛି
ଗ୍ରାମବାସୀଙ୍କ ମଧ୍ୟରେ ମଧ୍ୟ ଆତଙ୍କର ବାତାବରଣ ରହିଛି
ଘଟଣାର ସୂଚନା ମିଳିବା ମାତ୍ରେ ପ୍ରଶାସନିକ ଦଳଗୁଡ଼ିକ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ
ମୁଖ୍ୟମନ୍ତ୍ରୀ ଧାମି ମଧ୍ୟ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ତୁରନ୍ତ ରିଲିଫ୍, ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି
ଧାମି ଏକ୍ସରେ ସୂଚନା ଦେଇଛନ୍ତି, ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି
ଘଟଣା ସମ୍ପର୍କରେ ଅଧିକାରୀଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛି : ମୁଖ୍ୟମନ୍ତ୍ରୀ
କିଛି ପରିବାର ଭଗ୍ନାବଶେଷରେ ଫସି ରହିଥିବାର ଦୁଃଖଦ ଖବର ମିଳିଛି
ରୁଦ୍ରପ୍ରୟାଗରେ ଆଲକନନ୍ଦା ନଦୀର ଜଳସ୍ତର ବିପଦ ସଂକେତ ଉପରେ
ବାସୁ କେଦାରରେ ଚାରିଟି ଘର ସମୂର୍ଣ୍ଣ ନଷ୍ଟ, ସମସ୍ତଙ୍କୁ ନିରାପଦ ବାହାର କରାଯାଇଛି
ଲାଟା ଗ୍ରାମ ନିକଟରେ ମାଲାରୀ ରାସ୍ତା ଭୂସ୍ଖଳନ୍ରେ ବନ୍ଦ୍, ୧୨ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ
ଆଇଏମ୍ଡିର ଅରେଞ୍ଜ୍ ଅଲର୍ଟ୍: ଦେହରାଦୁନ, ବାଗେଶ୍ୱର, ନୈନିଟାଲ୍, ପୀଠୋରାଗଢ଼ରେ ଭାରୀ ବର୍ଷା ଆଶଙ୍କା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/29/74-2025-08-29-14-32-41.jpg)