କନକବ୍ୟୁରୋ : ରାଉରକେଲା ସରଣ୍ଡା ଦୀଘାର ଘଞ୍ଚ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ପୋରଣରେ ହାତୀ ଛୁଆ ଗୁରୁତର ଆହତ ହୋଇଛି । ନକ୍ସଲ ଲଗାଇଥିବା ଲ୍ୟାଣ୍ଡ ମାଇନ୍ ବିସ୍ପୋରଣରେ ଛୁଆ ହାତୀର ବାମ ଗୋଡ଼ରେ ଆଘାତ ଲାଗିଛି । ଟ୍ରାଙ୍କୁଲାଇଜ କରି ଉଦ୍ଧାର କରିଛି ବନ ବିଭାଗ । ଗୁରୁତର ଅବସ୍ଥାରେ ସରଣ୍ଡା ଦୀଘାର ଘଞ୍ଚ ଅଂଚଳରୁ ହାତୀ ଛୁଆକୁ ଠାବ କରାଯାଇଛି । ସରଣ୍ଡା ଡିଏଫଓ ଅଭିରୁପ ସିଂହାଙ୍କ ନେତୃତ୍ୱରେ ହାତୀ ଛୁଆ କୁ ଉଦ୍ଧାର ପାଇଁ ଲାଗିଛନ୍ତି ଝାଡଖଣ୍ଡ ର ପଶ୍ଚିମ ସିଂହଭୂମି , ଓଡ଼ିଶା କେଉଁଝର ଓ ରାଉରକେଲା ର ବନ ବିଭାଗ ଟିମ୍
ରାଉରକେଲା ସରଣ୍ଡା ଦୀଘାର ଘଞ୍ଚ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ : ଛୁଆ ହାତୀ ଗୁରୁତର
ରାଉରକେଲା ସରଣ୍ଡା ଦୀଘାର ଘଞ୍ଚ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ହାତୀ ଛୁଆ ଗୁରୁତର
/kanak/media/media_files/2025/07/06/hatoi-2025-07-06-09-36-34.jpg)