ଭୂମିହୀନଙ୍କୁ ମିଳିବ ୪ ଡିସିମିଲ ଜାଗା ; ବସୁନ୍ଧରା ଯୋଜନା ନେଇ ବଡ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ

ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ମିଳିବ ୪ ଡିସିମିଲ ଜାଗା ; ଯେଉଁମାନଙ୍କୁ କମ୍ ଜାଗା ମିଳିଛି ସେମାନଙ୍କୁ ମଧ୍ୟ ମିଳିବ ସମାନ ପରିମାଣର ଜାଗା। ଏନେଇ ବଡ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।

65L

କନକ ବ୍ୟୁରୋ: ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ମିଳିବ ୪ ଡିସିମିଲ ଜାଗା ; ଯେଉଁମାନଙ୍କୁ କମ୍ ଜାଗା ମିଳିଛି ସେମାନଙ୍କୁ ମଧ୍ୟ ମିଳିବ ସମାନ ପରିମାଣର ଜାଗା। ଏନେଇ ବଡ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।

ଲ୍ୟାଣ୍ଡ ସେଟେଲମେଣ୍ଟ  ୧୯୬୨ ଅନୁଯାୟୀ,  ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ବର୍ତ୍ତମାନ ବସୁନ୍ଧରା ଯୋଜନାରେ ୪ ଡେସିମିଲ ଦିଆଯିବା ବ୍ୟବସ୍ଥା ଅଛି । ସେ ଜମି ୧୦ ବର୍ଷ ପରେ ବିକ୍ରୀ କରିବାର ନିୟମ ଥିଲା ।  କିନ୍ତୁ ଏହାକୁ ଏଣିକି ବିକ୍ରୀ କରାଯାଇ ପାରିବନାହିଁ ବୋଲି ସରକାରୀ ସ୍ତରରେ ସଂଶୋଧନ କରାଯାଇଛି ।  ସେହିପରି କିଛି ଗରୀବ ଶ୍ରେଣୀଙ୍କ ୪ ଡିସିମିଲରୁ କମ୍ ଉତ୍ତରାଧିକାରୀ ସୂତ୍ରରେ ମିଳିଛି ସେମାନଙ୍କୁ ସମାନ ପରିମାଣର ଜମି ଯୋଗାଇ ଦିଆଯିବ ।  ଏଥିପାଇଁ ସେମାନେ ନିଜ ଜମିକୁ ସରକାରଙ୍କୁ ଫେରାଇବେ ।  ତାପରେ ସେମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ଜମି ଯୋଗାଇ ଦେବେ ସରକାର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe