କନକ ବ୍ୟୁରୋ: ବାତ୍ୟା ଦାନାକୁ ନେଇ ଆସିଲା ବଡ ଅପଡେଟ୍ । ଭିତରକନିକାରୁ ଧାମରା ଭିତରେ ଲ୍ୟାଣ୍ଡଫଲ୍ କରିପାରିବେ ବାତ୍ୟା ଦାନା । ତେବେ ଏହି ଅଞ୍ଚଳ ଭିତରେ ହିଁ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେଇପାରେ । ତେବେ ପାଣିପାଗ ବିଜ୍ଞାନୀଙ୍କ କହିବା ମୁତାବକ, ଭିତରକନିକାର ହେନ୍ତାଳ ବନ୍ତରେ ବାତ୍ୟାର ପ୍ରକୋପ କମିଯିବ । ୨୦୨୧ରେ ହେଇଥିବା ବାତ୍ୟା ୟଶ୍ ଭଳି, ବାତ୍ୟା ଦାନାର ପ୍ରଭାବ ରହିବ । ତେବେ ଉପକୂଳରେ ବାତ୍ୟା ଦାନା ଦୁର୍ବଳ ହେଇଯିବ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି । 

Advertisment