କନକ ବ୍ୟୁରୋ: ସମସ୍ତ ଜବରଦଖଲକାରୀଙ୍କୁ ସରକାରୀ ଜମିରୁ ବିତାଡ଼ିତ କରାଯିବ। ମହାବିଦ୍ୟାଳୟରୁ ବିଶ୍ୱ ବିଦ୍ୟାଳୟରେ ପରିଣତ ହୋଇଥିବା ଶିକ୍ଷାନୁଷ୍ଠାନ ତାର ଜମି ଫେରି ପାଇବ। ଏହାସହ ଆବଶ୍ୟକ ହେଲେ ବିଶ୍ୱବିଦ୍ୟାଳୟକୁ ଆହୁରି ଜମି ଯୋଗାଇ ଦିଆଯିବ। ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କାୟା ପରିବର୍ତ୍ତନ କରିବା ଲାଗି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ମୁହଁରୁ ଏମିତି ଶୁଣିବା ପରେ ଖୁସି ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଲୋକ ।
ବଲାଙ୍ଗୀର ରାଜେନ୍ଦ୍ର କଲେଜ, ବିଶ୍ୱ ବିଦ୍ୟାଳୟ ହେବା ପରେ ବିଭିନ୍ନ କାମ ପାଇଁ ଶହେ ଏକରରୁ ଅଧିକ ଜମି ଆବଶ୍ୟକ। ହେଲେ କଲେଜର ଜମିକୁ ବହୁ ପ୍ରଭାବଶାଳୀ ବ୍ୟକ୍ତି ନିଜ କବଜାରେ ରଖିଛନ୍ତି। ବିଭିନ୍ନ ପ୍ରକାର ବ୍ୟବସାୟ କରିବା ସହ ଘର କରି ରହୁଛନ୍ତି। ତୁରନ୍ତ ଜବରଦଖଲ ଉଚ୍ଛେଦ କରି ଜମି ବିଶ୍ୱବିଦ୍ୟାଳୟକୁ ହସ୍ତାନ୍ତର କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ବଲାଙ୍ଗୀର ତଥା ସାରା ପଶ୍ଚିମ ଓଡ଼ିଶାରେ ସର୍ବପୁରାତନ ଶିକ୍ଷାକେନ୍ଦ୍ର ରାଜେନ୍ଦ୍ର କଲେଜ। ପୂର୍ଵ ସରକାର ବିଶ୍ୱ ବିଦ୍ୟାଳୟ ଘୋଷଣା କରିଛନ୍ତି। କିନ୍ତୁ ଜମି ଅଭାବରୁ ଆନୁସଙ୍ଗିକ ବ୍ୟବସ୍ଥା କରାଯଉପାରୁନାହିଁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/03/13/OKSFp06CTJxaUB3wAC2r.jpg)