କନକ ବ୍ୟୁରୋ : ଜମିଜମା ବିବାଦରୁ ଗଡ଼ିଲା ମୁଣ୍ଡ । ଶାଳୀକୁ ହାଣି ହତ୍ୟା କରିଛି ଭିଣୋଇ । ଗଞ୍ଜାମ ଜଗନ୍ନାଥ ପ୍ରସାଦ ବ୍ଲକ ଚଢ଼ିଆପଲି ଗାଁରେ ଘଟିଛି ଏହି ଅମାନବୀୟ କାଣ୍ଡ । ହତ୍ୟାକାଣ୍ଡର ଶିକାର ହୋଇଥିବା ମହିଳା ଜଗନ୍ନାଥ ପ୍ରସାଦ ମେଡ଼ିକାଲରେ ଆଶାକର୍ମୀ ଭାବେ କାର୍ଯ୍ୟରତ ଥିଲେ । ପୂର୍ବରୁ ଉଭୟ ପରିବାର ଭିତରେ ଜମିଜମାକୁ ନେଇ ବିବାଦ ଥିଲା । ଏହା ଆଜି ଉଗ୍ର ରୂପ ଧାରଣ କରିଥିଲା ।

Advertisment

ଶାଳୀକୁ ହତ୍ୟା କରି ବିଲରେ ଫିଙ୍ଗି ଦେଇଛି ଭିଣୋଇ । ସକାଳୁ ହତ୍ୟାକାଣ୍ଡ ହୋଇଥିଲେ ବି ଏ ଯାଏ ମୃତଦେହ ପଡ଼ିରହିଛି । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛି ଜଗନ୍ନାଥ ପ୍ରସାଦ ପୁଲିସ ।