ଗଞ୍ଜାମ ସାନଖେମୁଣ୍ଡିରେ ଜମି ବିବାଦରୁ ମହାଭାରତ,  ୧୫ ଗିରଫ ସହ ୧୬୩ ଜାରି

ଘଟଣା ସ୍ଥଳରେ ବିଏନଏସ ଧାରା ୧୬୩ ଜାରି । ପୁଲିସର ଫ୍ଲାର୍ଗ ମାର୍ଚ୍ଚ, ପୁରା ଅଂଚଳ ସିଲ୍

ଜମି ବିବାଦରୁ ମହାଭାରତ, ୧୫ ଗିରଫ

ଜମି ବିବାଦରୁ ମହାଭାରତ, ୧୫ ଗିରଫ Photograph: (Kanaknews)

କନକ ବ୍ୟୁରୋ:  ଗଞ୍ଜାମ ସାନଖେମୁଣ୍ଡିରେ ଦୁଇ ଗାଁ ମଧ୍ୟରେ ମାରପିଟ ଘଟଣା । ୧୫ ଜଣଙ୍କୁ ଉଠାଇନେଲା ପୁଲିସ ।  ଉଭୟ ଗାଁ ବାସିନ୍ଦା ଓ  ସାନଖେମୁଣ୍ଡି ତହସିଲଦାରଙ୍କ ଏତଲା ଆଧାରରେ ତିନିଟି ମାମଲା ରୁଜୁ କରିଛି ପୁଲିସ। ବିବାଦୀୟ ସ୍ଥଳରେ ବିଏନଏସ୍ ୧୬୩ ଲାଗୁ ହୋଇଛି l ଘଟଣା ସ୍ଥଳରେ ଦୂଇ ପ୍ଲାଟୁନ ପୋଲିସ ଫୋର୍ସ ମୁତ୍ତୟନ କରାଯାଇଛି ।  ଗତକାଲି ଜମି ବିବାଦକୁ ନେଇ ପରସ୍ପର ମଧ୍ୟରେ ଇଟା ପଥର ମାଡ ହୋଇଥିଲା ।

ଗଣ୍ଡଗୋଳରେ ଏକାଧିକ ଲୋକେ ଆହତ ହୋଇଛନ୍ତି । ସାନଖେମୁଣ୍ଡି ତହସିଲର ସିଙ୍ଗିପୁର ଓ ରତ୍ନମଣିପୁର ଗାଁ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଡେଙ୍ଗାଉସ୍ତା ମୁଖ୍ୟ ରାସ୍ତାର ରତ୍ନମଣିପୁରର ହନୁମାନ ବାଟିକା ଜାଗା ପାଇଁ ଦୁଇ ଗାଁ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe