ସରକାରୀ ଜମିକୁ ନେଇ ଗାଁ ଗାଁରେ ବିବାଦ ।  ଥାନାକୁ ଯିବାକୁ ଡକରା ।

Advertisment

ସରକାରୀ ପଡିଆ ଜମିକୁ ନେଇ ଦୁଇ ଗାଁ ମଧ୍ୟରେ ତିକ୍ତତା । ଗୋଟିଏ ଗାଁର ଲୋକ ଅନ୍ୟ ଗ୍ରାମକୁ ଯିବାକୁ ମନା । ଏପରିକି ଦୋକାନ ବଜାର ଓ ପୋଖରୀରେ ଗାଧେଇବାକୁ ପରସ୍ପର ଗାଁ ମଧ୍ୟରେ ବାରଣ । 

ସରକାରୀ ପଡିଆ ଜମିକୁ ନେଇ ଦୁଇ ଗାଁ ମଧ୍ୟରେ ତିକ୍ତତା । ଗୋଟିଏ ଗାଁର ଲୋକ ଅନ୍ୟ ଗ୍ରାମକୁ ଯିବାକୁ ମନା । ଏପରିକି ଦୋକାନ ବଜାର ଓ ପୋଖରୀରେ ଗାଧେଇବାକୁ ପରସ୍ପର ଗାଁ ମଧ୍ୟରେ ବାରଣ । 

land dispute

କନକ ବ୍ୟୁରୋ:  ଘଣ୍ଟ ବାଡ଼େଇ ଗାଁ ଲୋକଙ୍କୁ ସୂଚନା ଦିଆଯାଉଛି  । ସମସ୍ତେ ଏକାଠି ହୋଇ ଥାନାକୁ ଯିବା ପାଇଁ ଡକା ଯାଉଛି । ଧରାକୋଟ ଥାନା ଅନ୍ତର୍ଗତ ଜାନିବିଲି ଓ ଘୋଡାପଲ୍ଲୀ ଗାଁରେ ସରକାରୀ ଜମିକୁ ନେଇ ବିବାଦ । ୫୯ ନଂ ଜାତୀୟ ରାଜପଥକୁ ଲାଗି ଜାନିବିଲି ମୌଜାରେ ଏକ ଅନାବାଦି ଜମି ରହିଛି । ସେହି ଜମିକୁ ଉଭୟ ଗ୍ରାମବାସୀ ନିଜ ଗ୍ରାମର ଅନୁଷ୍ଠାନରେ ମିଶାଇବା ଯିଦରେ ଅଡ଼ି ବସିଛନ୍ତି । ଯାହା ବିବାଦର ମୂଳ କାରଣ । ଜାନିବିଲି ଲୋକେ ଜମିକୁ ମନ୍ଦିର କାମରେ ଲଗାଇବା ପାଇଁ ଦାବି କରୁଛନ୍ତି । ଘୋଡାପଲ୍ଲୀ ଲୋକେ ଜମିକୁ ସ୍କୁଲ ଉଦେଶ୍ୟରେ ବ୍ୟବହାର ପାଇଁ ଅଡ଼ି ବସିଛନ୍ତି ।

୬ ମାସ ତଳେ ସରକାରୀ ଜମିରୁ କିଛି ଗଛ କାଟି ମନ୍ଦିର କାମରେ ଲଗାଇଥିଲେ ଜାନିବିଲି ଗ୍ରାମବାସୀ । ଘୋଡାପଲ୍ଲୀ ଗ୍ରାମବାସୀ ତାକୁ ବିରୋଧ କରି ସେହି ସ୍ଥାନରେ ଗଛ ଲଗାଇଥିଲେ । ଏହାପରେ ଜମିଟି ଜାନିବିଲି ଗାଁର, ତା’ଉପରେ ଘୋଡାପଲ୍ଲୀ ଗାଁର କୌଣସି ଅଧିକାର ନଥିବା ଦର୍ଶାଇ ଧରାକୋଟ ଥାନା ଓ ତହସିଲରେ ଲିଖିତ ଅଭିଯୋଗ କରିଥିଲେ ଜାନିବିଲି ଗ୍ରାମବାସୀ । ଏହାର ଗୋଟିଏ ଦିନ ପରେ ଜମିକୁ ପ୍ରାଥମିକ ବିଦ୍ୟାଳୟ ପାଇଁ ଦିଆଯାଉ ବୋଲି ଦାବି କରି ଥାନା ଓ ତହସିଲର ଦ୍ୱାରସ୍ଥ ହୋଇଥିଲେ ଘୋଡାପଲ୍ଲୀ ଗ୍ରାମବାସୀ । 
 
ଉଭୟ ଗାଁର କୋଲେ ଏବେ ସରକାରୀ ଜମିକୁ ନେଇ ଯେଉଁ ମୋଡ଼ରେ ଅଛନ୍ତି, ତୁରନ୍ତ ଦୁଇ ଗ୍ରାମବାସୀଙ୍କୁ ଏକାଠି ବସାଇ ଆଲୋଚନା ନକଲେ, ଆଗକୁ ସ୍ଥିତି ଅଧିକ ବିଗିଡ଼ିବା ସମ୍ଭାବନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe