କନକବ୍ୟୁରୋ : ଗଜପତି ଜିଲ୍ଲା ସାତମାଇଲ ଅଞ୍ଚଳର ଜବରଦଖଲକାରୀଙ୍କ କବ୍ଜାରେ ଘରୋଇ ଜମି । ବର୍ଷ ବର୍ଷ ଧରି ଘର, ଦୋକାନ କରିବା ସହ ଚାଷ ବାସ କରି ରହି ଆସୁଛନ୍ତି ସ୍ଥାନୀୟ ଲୋକେ । ଜବରଦଖଲ ଉଚ୍ଛେଦ ପାଇଁ ଉପଜିଲ୍ଲାପାଳଙ୍କ କୋର୍ଟରେ ଆବେଦନ କରିଛନ୍ତି ଜମି ମାଲିକ । ଗତ ଏପ୍ରିଲ ୧୯ରେ ପାରଳାଖେମୁଣ୍ଡି ତହସିଲଦାର, ରାଜସ୍ବ ନିରୀକ୍ଷକ ଓ ପୁଲିସ୍ ଉପସ୍ଥିତିରେ ଜମି ମାପଚୁପ ଓ ଚିହ୍ନଟ କରାଯାଇଛି ।
ଜମି ଉଚ୍ଛେଦ ହେଲେ ବେରୋଜଗାର ହୋଇଯିବୁ । ଏମିତି କହି ଆପୋଷ ସମାଧାନ ପାଇଁ ଅନୁରାଧ କରିଛନ୍ତି ଜବରଦଖଲକାରୀ । ଗୋସାଣୀ ବ୍ଲକ ଅନ୍ତର୍ଗତ ବାଘଶାଳା ପଞ୍ଚାୟତ କୁଡ଼ୁଡ଼ାମୌଜା ଖାତା ନମ୍ବର ୭୧ରେ ଥିବା ଜମି ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ରହିଛି । ଏହି ଜମିରେ ୧୧ ଜଣ ଘର ନିର୍ମାଣ କରି ରହୁଛନ୍ତି ।
୪୩ ଏକର ଜମିକୁ ଜବରଦଖଲ କରି ଚାଷ କରୁଛନ୍ତି ୨୭ ଜଣ । ଏହି ଜମିର ମାଲିକାନା ଅନୁସୂଚିତ ଜନଜାତି ବର୍ଗର ହୋଇଥିବାରୁ ନିୟମ ଅନୁସାରେ ଏହା କୌଣସି ଅନ୍ୟ ଜାତି ବର୍ଗଙ୍କୁ ବିକ୍ରି, ହସ୍ତାନ୍ତର କିମ୍ବା ଦାନ ବେଆଇନ । ଏହି ମାମଲାରେ ଥରେ ଶୁଣାଣି ସରିଛି । ଅଗଷ୍ଟ ମାସରେ ପରବର୍ତ୍ତୀ ଶୁଣାଣି କରାଯିବ ବୋଲି କହିଛନ୍ତି ପାରଳାଖେମୁଣ୍ଡି ଉପଜିଲ୍ଲାପାଳ।
ତେବେ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ସାତମାଇଲ ଗାଁରେ ପହଞ୍ଚି ଜମି ମାଲିକଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ଶହଶହ ବର୍ଷ ଧରି କେଉଁଠି ଥିଲେ ଜମି ମାଲିକ? ବୋଲି ପ୍ରଶ୍ନ କରିଛନ୍ତି । ଏବଂ କୌଣସି ପ୍ରକାରେ ବିକ୍ରି କରିବାକୁ ଦିଆଯିବ ନାହିଁ । ପ୍ରଭାବିତଙ୍କ ସହ ସେ ରହିଛନ୍ତି ଓ ରହିବେ ବୋଲି ପ୍ରତିଶ୍ରୁତି