ଜମିବାଡ଼ି ବିବାଦ ଓ ଗୁଣିଗାରେଡ଼ି ନେଲା ଜୀବନ, ବଲାଙ୍ଗୀର ତୁରେଇକେଲାରେ ବୃଦ୍ଧଙ୍କ ଗଳା କାଟି ହତ୍ୟା

44ghghfghfgg

କନକ ବ୍ୟୁରୋ : ବଲାଙ୍ଗୀର  ଜିଲ୍ଲା ତୁରେକେଲା ଖୁଜେନ ଗାଁରେ ହତ୍ୟା । ଜମିବାଡ଼ି ବିବାଦ ସହ ଗୁଣି ଗାରେଡ଼ି ନେଇ ଜଣେ  ବୃଦ୍ଧଙ୍କୁ  ଗଳା  କାଟି ହତ୍ୟା କରାଯାଇଥିବା ମୃତକଙ୍କ ଝିଅ ଅଭିଯୋଗ କରିଛନ୍ତି । ପୁଲିସ  ଅଭିଯୋଗକୁ ଭିତ୍ତି କରି ମୃତକଙ୍କ ୪ ପୁତୁରାକୁ  ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ ଖୁଜେନ ଗାଁର ତୁଲାରାମ ଜାନି ରାତିରେ ଘର ବାହାରେ ଶୋଇଥିଲେ । କିଛି ସମୟ ପରେ ପରେ ରକ୍ତ ଯୁଡୁବୁଡୁ ଅବସ୍ଥାରେ ତୁଲାରାମ ଘର ଭିତର ଶୋଇଥିବା ତାଙ୍କ ସ୍ତ୍ରୀ ଏବଂ ଝିଅକୁ ଉଠାଇବାକୁ କବାଟ ବାଡେଇଥିଲେ । ଘର ଲୋକ ବାହାରକୁ ଆସି ଦେଖିବା ସମୟରେ ତୁଲାରାମଙ୍କ ବେକରୁ ରକ୍ତ ବାହାରୁଥିବା ବେଳେ ଠିକରେ କଥା ହୋଇପାରୁନଥିଲେ ।  ପରିବାର ଲୋକ ସାଙ୍ଗେ ସାଂଗେ ତୁରେକେଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିବା ବେଳେ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ତେବେ ଜମି ବାଡ଼ି ବିବାଦ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ମୃତକଙ୍କ  ଝିଅ ପ୍ରତିକ୍ରିୟା ଦେଇଛନ୍ତି । ଅନ୍ୟ ପକ୍ଷରେ ପୁଲିସ  ଏସଡିପିଓ କ୍ୟାମେର ସାମ୍ନାରେ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଗୁଣିଗାରେଡି ପାଇଁ ଏଭଳି ହତ୍ୟାକାଣ୍ଡ ଘଟିଥିବା କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe