କନକ ବ୍ୟୁରୋ : ବନ୍ଧା ହେଲେ ବିଲଡର । ମିଛ ଜମି ଦେଖାଇ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ଗିରଫ ହୋଇଛି ବିଲଡର ନିରଞ୍ଜନ ରଣା । ଶତାଧିକ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକିଥିବା ନେଇ ଅଭିଯୋଗ ରହିଛି ତା ବିରୋଧରେ । ପୂର୍ବରୁ ବାରମ୍ବାର ବନ୍ଧା ହୋଇ ଜେଲ୍ ଯାଇଛି ଏବଂ ବେଲରେ ଆସିବା ପରେ ପୁଣି ଲୋକଙ୍କୁ ଚୁନା ଲଗାଇଛି ।
ନିରଞ୍ଜନ ରଣା ଭୁବନେଶ୍ୱରରେ ଜମି ଦେବା ନାଁରେ ଲୋକଙ୍କୁ ଚୁନା ଲଗାଇ ଫେରାର ହୋଇଯାଏ ଓ ଜମି ଦଲାଲ ନିରଞ୍ଜନ ବିରୋଧରେ ୭ ଜାମିନ ବିହୀନ ଗିରଫ ପରୱାନା ସହ ୩୫ଟି ମାମଲା ରହିଛି । ଭୁବନେଶ୍ୱର ଡିସିପି ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/f0IQVOGdLRlkiGdt8pMl.jpg)