କନକ ବ୍ୟୁରୋ : ଆରଜେଡି ସଭାପତି ଲାଲୁ ଯାଦବଙ୍କୁ ଶକ୍ତ ଝଟ୍‌କା । ବିହାର ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏବଂ ଆଜି କିମ୍ୱା କାଲି ଇଣ୍ଡମେଣ୍ଟରେ ଆସନ ବଣ୍ଟନ ହେବାକୁ ଥିବା ବେଳେ ଠକେଇ ମାମଲାରେ ଲାଲୁଙ୍କ ନାଁରେ ଚାର୍ଜଫ୍ରେମ୍ ।  ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବ୍ରି ଦେବୀ, ପୁଅ ତେଜସ୍ବୀ ଯାଦବ ଏବଂ ଅନ୍ୟମାନଙ୍କ ନାଁରେ ଦିଲ୍ଲୀର ଏକ କୋର୍ଟରେ ଚାର୍ଜଫ୍ରେମ୍ ହୋଇଛି । ଲାଲୁ ରେଳମନ୍ତ୍ରୀ ଥିବା ବେଳେ ଘରୋଇ ସଂସ୍ଥାଙ୍କୁ ଆଇଆରସିଟିସି ଠିକା ପ୍ରଦାନ ପାଇଁ ସେ ଓ ତାଙ୍କ ପରିବାର ମୂଲ୍ୟବାନ ଜମି ଲାଞ୍ଚ ନେଇଥିବା ସିବିଆଇ ଅଭିଯୋଗ କରିଛି ।  ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଏହି ମାମଲାରେ ହୋଇଛି ଚାର୍ଜ ଫ୍ରେମ୍ । ଦୁର୍ନୀତି, ଅପରାଧିକ ଷଡ଼୍‌ଯନ୍ତ୍ର, ଠକେଇ ଅନ୍ୟ ଆପରାଧିକ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବ୍ରି ଦେବୀ, ପୁଅ ତେଜସ୍ବୀ ଯାଦବ ଏବଂ ଅନ୍ୟମାନଙ୍କ ନାଁରେ ଚାର୍ଜ ଫ୍ରେମ୍ କରାଯାଇଛି । 

Advertisment

ଲାଲୁ ରେଳମନ୍ତ୍ରୀ ଥିବା ବେଳେ  ୨୦୦୪ରୁ ୨୦୦୯ ମଧ୍ୟରେ  ପୁରୀ ଓ ରାଞ୍ଚିରେ ଥିବା ଆଇଆରସିଟିସି ହୋଟେଲକୁ ସୁଜାତା ହୋଟେଲ୍ସ ନାମକ ସଂସ୍ଥାକୁ ଠିକା ଦିଆଯାଇଥିଲା । ଏଥିପାଇଁ ଲାଲୁ, ରାବ୍‌ଡି ଓ ତେଜସ୍ବୀ ଯାଦବ କୋଟିକୋଟି ଟଙ୍କା ମୂଲ୍ୟର ଜମି ଲାଞ୍ଚ ନେଇଥିବା ସିବିଆଇ ଅଭିଯୋଗ କରିଛି । ଅଭିଯୁକ୍ତମାନେ ନିଜକୁ ନିର୍ଦ୍ଦୋଷ କହୁଥିବା ବେଳେ ଏବେ ଚାର୍ଜ ଫ୍ରେମ୍ ପରେ ମାମଲା ଆଗକୁ ବଢ଼ିବ ।