କନକ ବ୍ୟୁରୋ :  ବାବା ସାହେବ ଆମ୍ବେଦକରଙ୍କୁ ଅପମାନ । ଆରଜେଡି ବିରୋଧରେ ବିହାର ରାଜଧାନୀ ପାଟନାର ବିଭିନ୍ନ ସ୍ଥାନରେ ଲାଗିଛି ଲାଲୁଙ୍କ ବିରୋଧରେ ପୋଷ୍ଟର । ନିକଟରେ ଲାଲୁ ଜନ୍ମଦିନ ପାଳିଥିଲେ ଓ ଏହି ସମୟରେ ବାବା ସାହେବଙ୍କ ଫଟୋ ଆଗରେ ଗୋଡ ଲମ୍ବାଇ ବସିଥିବା ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା ।

Advertisment

ଗୋଡ ପାଖରେ କିଭଳି ବାବା ସାହେବଙ୍କ ଫଟୋ ରଖିଛନ୍ତି ଏନେଇ ସୋସିଆଲ ମିଡିଆ ୟୁଜର୍ସ ଯେତିକି ଆକ୍ରୋଶ ପ୍ରକାଶ କରିଛନ୍ତି ସେତିକି ତାତି ଉଠିଛି ବିହାର ରାଜନୀତି । ବିଜେପି ଓ ଜେଡିୟୁ ଏହାକୁ ତୀବ୍ର ବିରୋଧ କରିବା ସହ କ୍ଷମା ଦାବି କରିଛନ୍ତି । ଦଳିତଙ୍କ  ଆଦର୍ଶ ବି-ଆର ଆମ୍ବେଦକରଙ୍କ ପ୍ରତି ଲାଲୁଙ୍କ ଏଭଳି ଆଚରଣ ହୁଏତ ବିରୋଧୀଙ୍କ ପାଇଁ ବଡ ମୌକା ହୋଇପାରେ । ଆଗକୁ ବିହାର ବିଧାନସଭା ରାଜନୀତି । ଦଳିତଙ୍କ ଭୋଟ ବ୍ୟାଙ୍କ ଉପରେ ଲାଲୁଙ୍କ ପକେଟ ଖାଲି ହୋଇପାରେ । କାରଣ ଏହି ପ୍ରସଙ୍ଗକୁ ବଡ ଆକାରରେ ବଡ ବିବାଦ ଛିଡା କରିପାରନ୍ତି ବିରୋଧୀ ।