କନକ ବ୍ୟୁରୋ : ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ । ବିହାର ରାଜନୈତିକ କରିଡରରୁ ଆସିଲା ଏକ ବଡ ଖବର । ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିବା ନେଇ ସୂଚନା ସାମ୍ନାକୁ ଆସିଛି । ରକ୍ତରେ ଶର୍କରା ଲେବୁଲ ବୃଦ୍ଧି କାରଣରୁ ସେ ଅସୁସ୍ଥ ହୋଇପଡିଥିବା କୁହାଯାଉଛି । ପାଟଣାରେ ଏକ ହସ୍ପିଟାଲରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କୁ ଦିଲ୍ଲୀ ଯାଇ ଚିକିତ୍ସା କରିବା ପାଇଁ ପରାମର୍ଶ ଦେଇଛନ୍ତି ପାଟଣା ଡାକ୍ତର । କୁହାଯାଉଛି ଲାଲୁ ପ୍ରସାଦ ଯାଦବ ଯେକୌଣସି ସମୟରେ ଦିଲ୍ଲୀ ଯାଇପାରନ୍ତି ।
ତେବେ ଗତ ଦୁଇଦିନ ହେବ ସେ ଅସ୍ତୁସ୍ଥ ଅଛନ୍ତି । ରକ୍ତରେ ଶର୍କରା ବୃଦ୍ଧି କାରଣରୁ ସେ ଅସୁସ୍ଥ ହୋଇପଡିଛନ୍ତି । ଆଜି ସକାଳୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଯିବାରୁ ତାଙ୍କୁ ଚିକିତ୍ସା ଆରମ୍ଭ ହୋଇଛି । ଆପଣଙ୍କୁ କହି ରଖୁଛୁ ଯେ ଗତ ବର୍ଷ ସେପ୍ଟେମ୍ବର ମାସରେ ଲାଲୁ ପ୍ରସାଦ ଯାଦବଙ୍କର ମୁମ୍ବାଇରେ ଏଞ୍ଜିଓପ୍ଲାଷ୍ଟି ହୋଇଥିଲା । ତାଙ୍କର ଏକ ଷ୍ଟେଣ୍ଟ ଲଗାଯାଇଛି । ଏହା ପୂର୍ବରୁ ୨୦୨୨ ମସିହାରେ ସିଙ୍ଗାପୁରରେ ଏକ କିଡନୀ ପ୍ରତିରୋପଣ କରାଯାଇଥିଲା । ଲାଲୁ ପ୍ରସାଦ ଯାଦବଙ୍କ ସାନ ଝିଅ ରୋହିଣୀ ଆଚାର୍ଯ୍ୟ ତାଙ୍କୁ ଏକ କିଡନୀ ଦାନ କରିଥିଲେ । କିଡନୀ ପ୍ରତିରୋପଣ ପରେ ଲାଲୁ ମଧ୍ୟ ସୁସ୍ଥ ଥିଲେ । ବୟସ ବୃଦ୍ଧି ଯୋଗୁଁ ସେ କିଛି ରୋଗରେ ପୀଡିତ । ପୂର୍ବରୁ ୨୦୧୪ ମସିହାରେ ତାଙ୍କର ଓପନ୍ ହାର୍ଟ ସର୍ଜରୀ ହୋଇଥିଲା । ଏହା ପରେ ସେ କେବଳ ସୁସ୍ଥ ନଥିଲେ ବରଂ ସେ ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ସକ୍ରିୟ ଥିଲେ।