କନକ ବ୍ୟୁରୋ:  ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ ଅନ୍ତର୍ଗତ କଦମଗୁଡ଼ା ଗାଁର ସମାରୀ ଝିଗିଡ଼ି । ସରକାରୀ ଯୋଜନାର ସହାୟତା ନେଇ ଏବେ ସେ ମାସିକ ୨୫- ୩୦ ହଜାର ଟଙ୍କା ରୋଜଗାର କରୁଛନ୍ତି । ଓଡ଼ିଶା ଜୀବିକା ମିଶନ ସହାୟତାରେ ବିଭିନ୍ନ ଚାଷ କରିବାକୁ ସମାରୀଙ୍କୁ ସୁଯୋଗ ମିଳିଥିଲା । ସୁଆଁ, ମାଣ୍ତିଆ, କୋଳଥ, ସୋରିଷ, ଅଳସୀ, ବିରି ଓ ମୁଗ ଚାଷ କରିଛନ୍ତି ସମାରୀ । ସେହିପରି ମାଛଚାଷ ସହ  ଛେଳି ଓ ଗାଈ ପାଳନ କରି ସଫଳ ହୋଇପାରିଛନ୍ତି ।

Advertisment

ଆଦିମ ଜନଜାତିର ମହିଳାଙ୍କର ଏଭଳି ଉଦ୍ୟମ ଉଦାହରଣ ସୃଷ୍ଟି କରିଛି। ପିଲାମାନଙ୍କ ପାଠପଢ଼ା ଓ ପରିବାର ଭରଣପୋଷଣ କରିବାରେ ସମାରୀ ଝିଗିଡ଼ି ପରିବାରର ମେରୁଦଣ୍ତ ପାଲଟିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଲକ୍ଷପତି ଦିଦି ଭାବେ ମାନପତ୍ର ପାଇବା ପରେ ଗାଁ ଓ ପରିବାର ଲୋକଙ୍କ ଖୁସି କହିଲେ ନସରେ । ପ୍ରଥମ ଥର ପାଇଁ ବଣ୍ତା ସମ୍ପ୍ରଦାୟର ମହିଳା ସମାରୀ ଝିଗିଡ଼ି ଲକ୍ଷପତି ଦିଦି ଭାବେ ସମ୍ମାନିତ ହେବା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି । ପୂର୍ବରୁ ସମାରୀଙ୍କ ପକ୍ଷେ ରୋଜଗାର କରିବା କଷ୍ଟକର ଥିଲା । ସରକାରୀ ସହାୟତା ପରେ ସମାରୀଙ୍କ ପରି ବଣ୍ତା ମହିଳା ସ୍ବାବଲମ୍ବୀ ହେବାର ବାଟ ଫିଟିଛି ।