କନକବ୍ୟୁରୋ : ଖତ ଗଦାରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା  । ବାଲେଶ୍ବର ଜଳେଶ୍ୱର କମର୍ଦ୍ଦା ଥାନା ବଡମୁଣ୍ଡାରିଣି ଗାଁରେ ହାଇଦ୍ରାବାଦ ପୋଲିସର ଛାନଭଲନ୍। ହାଇଦ୍ରାବାଦରୁ ଚୋରି ପରେ ଓଡିଶାରୁ ଉଦ୍ଧାର ହେଲା  ୨୦ ଲକ୍ଷରୁ ଅଧିକ ଟଙ୍କା। ଟଙ୍କା ଲୁଟ ଷଡଯନ୍ତ୍ର କରିଥିଲେ ଶଳା, ଭିଣେଇ  ।  ହାଇଦ୍ରାବାଦର ଅଗ୍ରୋ ଇଣ୍ଡଷ୍ଟ୍ରୀଜ୍‌ରେ କାମ କରୁଥିଲେ ଭିଣେଇ ।  ୨୦ ଲକ୍ଷରୁ ଅଧିକ ଟଙ୍କା ଲୁଟ କରି ଶଳା ହାତରେ ପଠାଇଥିଲେ । ଏବେ ଚଢାଉ କରି ଟଙ୍କା ଜବତ କରି ଶଳା ଓ ଶାଶୂଙ୍କୁ ଅଟକ ରଖିଛି ପୋଲିସ ।  ସେପଟେ ଭିଣେଇ ଫେରାର ଅଛନ୍ତି । କମ୍ପାନୀ ସିକ୍ରେଟ୍ ଲକର ଭାଙ୍ଗି ଟଙ୍କା ଲୁଟିଥିଲେ ଭିଣେଇ। ହାଇଦ୍ରାବାଦ ପୋଲିସର ଛାନଭୀନ୍।