କନକ ବ୍ୟୁରୋ: ଆଜି ମହିଳାଙ୍କୁ ବ୍ୟାଙ୍କ ଆକାଉଣ୍ଟକୁ ଯିବ ଲକ୍ଷପତି ଦିଦି ଟଙ୍କା। ୨୫ଶହ କୋଟିର ଅର୍ଥରାଶି ମଞ୍ଜୁର କରିବେ ପ୍ରଧାନମନ୍ତ୍ରୀ ମୋଦୀ। ଉପକୃତ ହେବେ ଦେଶର ୪ଲକ୍ଷ ୩୦ ହଜାର ସ୍ୱୟଂ ସହାୟିକା ଗ୍ରୁପର ୪୮ ଲକ୍ଷ ସଦସ୍ୟା।
ପ୍ରଧାନମନ୍ତ୍ରୀ ଆଜି ମହାରାଷ୍ଟ୍ରରେ ଲକ୍ଷପତି ଦିଦି କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରୁ ୧୧ ଲକ୍ଷ ନୂଆ ଲକ୍ଷପତି ଦିଦିଙ୍କ ସହ ମୋଟ ୪୮ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଅର୍ଥ ରାଶି ପଠାଇବେ। ଏଥିସହ ୨୬ ଲକ୍ଷ ମହିଳାଙ୍କୁ ୫ ହଜାର କୋଟିର ଋଣ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଏଥିରେ ୨ ଲକ୍ଷ ୩୩ ହଜାର ସ୍ୱୟଂସହାୟକ ଗ୍ରୁପ ଉପକୃତ ହେବେ। ଏହି ଯୋଜନା ଆରମ୍ଭ ହେବାଠୁ ଏପର୍ଯ୍ୟନ୍ତ ୧ କୋଟିରୁ ଅଧିକ ମହିଳା ଉପକୃତ ହେଲେଣି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)