କନକ ବ୍ୟୁରୋ : ଲଗାତାର ଧୂଆଁ ଯୋଗୁଁ ପାକିସ୍ତାନ ପଞ୍ଜାବ ପ୍ରଦେଶର ରାଜଧାନୀ ଲାହୋରର ବାସିନ୍ଦାଙ୍କୁ ନିଶ୍ୱାସ ନେବା କଷ୍ଟକର ହୋଇପଡ଼ିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ନିଜ ଦେଶର ପ୍ରଦୂଷଣ ପାଇଁ ପାକ ମନ୍ତ୍ରୀ ମରିୟମ ଔରଙ୍ଗଜେବ ଭାରିତକୁ ଦାୟୀ କରିଛନ୍ତି । ବାୟୁ ପ୍ରଦୂଷଣର ଖରାପ ଅବସ୍ଥା ପାଇଁ ପଡୋଶୀ ଭାରତକୁ ଦାୟୀ କରିଥିଲେ । ସେ କହିଛନ୍ତି ଯେ ଏହି ବାୟୁ ପ୍ରଦୂଷଣର କାରଣ ଭାରତରୁ ଆସୁଥିବା ପବନ ହୋଇପାରେ ।  ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ସହ କଥାବାର୍ତ୍ତା ବିନା ଏହାର ସମାଧାନ ହୋଇପାରିବ ନାହିଁ । ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପ୍ରଦେଶ ସରକାର ଏହାର ବଡ଼ ପଡୋଶୀ ସହିତ ଆଲୋଚନା ଆରମ୍ଭ କରିବେ ।

Advertisment

ଲାହୋରର ବାୟୁ ଗୁଣବତ୍ତା ସୂଚକାଙ୍କ  ୧୯୦୦ ଅତିକ୍ରମ କରିଥିବା କୁହାଯାଉଛି । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଦେଶ ସରକାର ସହରର ସମସ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ଜିଓ ଟିଭିର ସୂଚନା ଅନୁଯାୟୀ, କୁହୁଡ଼ିକୁ ଦୃଷ୍ଟିରେ ରଖି ସରକାରୀ ଏବଂ ବେସରକାରୀ ବିଦ୍ୟାଳୟଗୁଡିକ ନଭେମ୍ବର ୪ ରୁ ୯ ପର୍ଯ୍ୟନ୍ତ ବନ୍ଦ ରହିବ । ଅକ୍ଟୋବର ୨୨ରେ, ଲାହୋର ଏକ୍ୟୁଆଇ ୩୯୪ ସହିତ ଦୁନିଆର ସବୁଠାରୁ ପ୍ରଦୂଷିତ ସହର ଭାବରେ ପରିଗଣିତ ହେଲା । ଏହା ପରେ ପ୍ରଦୂଷଣ ବୃଦ୍ଧି ପାଇଲା ଏବଂ ଶନିବାର ଦିନ ଏକ୍ୟୁଆଇ ୧୧୦୦ ଅତିକ୍ରମ କଲା । ଏକ ସମୟରେ ଏହା ୧୯୦୦ ଅତିକ୍ରମ କରିଥିଲା । ଅନେକ ଦିନ ଧରି ସହରର ୧.୪କୋଟି ଲୋକ ଧୂଆଁ ଦ୍ୱାରା ପ୍ରଭାବିତ ହୋଇଥିଲେ । ସ୍ବିଜରଲ୍ୟାଣ୍ଡର ବାୟୁ ଗୁଣବତ୍ତା ମନିଟର ଓ ଛଇସକ୍ସ ରିପୋର୍ଟ କରିଛି ଯେ ମାରାତ୍ମକ ପିଏମ ୨.୫ ପ୍ରଦୂଷକ ସ୍ତର ୬୧୩ରେ ପହଞ୍ଚିଛି । ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ସ୍ବାସ୍ଥ୍ୟ ପାଇଁ ଖରାପ ବିବେଚନା କରାଯାଉଥିବା ସ୍ତରଠାରୁ ଏହା ୧୨୨.୬ ଗୁଣ ଅଧିକ ।