କନକବ୍ୟୁରୋ: ପିସି କାରବାର ରୋକିବା ଓ ବେଆଇନ ସମ୍ଫତ୍ତି ଆହରଣରେ ରୋକ ଲଗାଇବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ ପଦକ୍ଷେପ ଗ୍ରହଣ କରୁଛନ୍ତି  । ବାରମ୍ବାର ଭିଜିଲାନ୍ସ ଚଢ଼ାଉ କରାଯାଉଛି। ଇଡି ରେଡ଼ ପରି କାର୍ଯ୍ୟାନୁଷ୍ଠାନ  ଲଗାତାର ଜାରି ରହିଛି । ତଥାପି ପିସି କାରବାରରେ ରୋକ୍ ଲାଗିପାରୁ ନାହିଁ। ଫୋନ ମାଧ୍ୟମରେ ଜଣେ ମହିଳା କନିଷ୍ଠ ଯନ୍ତ୍ରୀ ଠିକାଦାରଙ୍କୁ ୧୦ପ୍ରତିଶତ ପିସି ଦେବାକୁ କହୁଥିବା ଅଡିଓ ଭାଇରାଲ ହେଉଛି  । 

Advertisment

ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାରେ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକରେ କାର୍ଯ୍ୟରତ ମହିଳା କନିଷ୍ଠ ଯନ୍ତ୍ରୀ ଗୋପାଳପୁର ପଂଚାୟତର ପୁଟିଙ୍ଗ ଗାଁରେ ସ୍କୁଲ ଶ୍ରେଣୀଗୃହ ନିର୍ମାଣରେ ନିୟୋଜିତ ଠିକାଦାରଙ୍କୁ ୧୦ ପ୍ରତିଶତ ପିସି ଦାବି କରିଛନ୍ତି । ସମ୍ପୃକ୍ତ ଠିକାଦାର ୭ ପ୍ରତିଶତ ପିସି ଦେବାକୁ କହୁଥିବା ବେଳେ ଜେଇ ବ୍ଲକ ଚେୟାରମ୍ୟାନଙ୍କ ନିର୍ଦ୍ଦେଶ ୧୦ ପ୍ରତିଶତ ଦିଅ ବୋଲି କହୁଥିବା ଅଡିଓ ଭାଇରାଲ ହୋଇଛି । 

ତେବେ ବ୍ଲକ ଅଧ୍ୟକ୍ଷ ମନୋଜ ବେହେରା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ସେ ଏବାବଦରେ କିଛି ଜାଣିନାହାନ୍ତି, ମହିଳା ଜେଇ ତାଙ୍କୁ ବଦନାମ୍ କରୁଛନ୍ତି  । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ପାଇଁ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଥିବା ଜଣାଇଛନ୍ତି ।