କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଆଜି ବାହାରିବ ଲଗ୍ନ । ଦିନ ୪ଟା ୩୦ରେ ଲଗ୍ନ ନିର୍ଦ୍ଧାରଣ ହେବ । ପ୍ରଚଳିତ ପରମ୍ପରା ଅନୁସାରେ ପ୍ରତିବର୍ଷ ଜନ୍ମାଷ୍ଟମୀ ପରଦିନ ନନ୍ଦତ୍ସୋବ ଦିନ ସମ୍ବଲପୁର ଝାଡୁଆପଡ଼ା ସ୍ଥିତ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ପଣ୍ଡିତମଣ୍ଡଳୀ ସଭା ଆୟୋଜନ କରାଯାଏ । ଏହିଠାରେ ନୂଆଁଖାଇ ଲଗ୍ନଧାର୍ଯ୍ୟ କରାଯାଇଥାଏ । ଲଗ୍ନ ନିର୍ଦ୍ଧାରଣ ପରେ ପଣ୍ଡିତ ମହାସଭା ଓ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ସଦସ୍ୟମାନେ ମା’ ସମଲେଇଙ୍କ ମନ୍ଦିର ଯାଇ ଲଗ୍ନପତ୍ର ମା’ଙ୍କ ନିକଟରେ ଅର୍ପଣ କରିଥାନ୍ତି । ଲଗ୍ନ ନିର୍ଦ୍ଧାରଣ ପାଇଁ ଅଞ୍ଚଳର ଜଣାଶୁଣା ୨୦ ଜଣ ପଣ୍ଡିତଙ୍କୁ ନିମନ୍ତ୍ରଣ କରାଯାଇଛି । ଧାର୍ଯ୍ୟ ଲଗ୍ନ ଅନୁସାରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କଠାରେ ନବାନ୍ନ ଅର୍ପଣ କରିବା ପରେ ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ପାଳନ କରିବାର ବିଧି ରହିଛି ।
ପଶ୍ଚିମ ଓଡ଼ିଶାର ଗଣପର୍ବ ପାଇଁ ଆଜି ବାହାରିବ ଲଗ୍ନ: ଦିନ ୪ଟା ୩୦ରେ ହେବ ସମୟ ନିର୍ଦ୍ଧାରଣ
ଏହିଠାରେ ନୂଆଁଖାଇ ଲଗ୍ନଧାର୍ଯ୍ୟ କରାଯାଇଥାଏ । ଲଗ୍ନ ନିର୍ଦ୍ଧାରଣ ପରେ ପଣ୍ଡିତ ମହାସଭା ଓ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ସଦସ୍ୟମାନେ ମା’ ସମେଲଇଙ୍କ ମନ୍ଦିର ଯାଇ ଲଗ୍ନପତ୍ର ମା’ଙ୍କ ନିକଟରେ ଅର୍ପଣ କରିଥାନ୍ତି ।
/kanak/media/media_files/2025/08/16/13-2025-08-16-08-19-23.jpg)