ମାତିଛନ୍ତି ମହିଳା ଲୁଟେରା ; ରାଉରକେଲାରୁ ଧରାପଡିଲେ ୪ ବଞ୍ଜାରା ମହିଳା

ସମ୍ବଲପୁରରୁ ଚୋରୀ ରାଉରକେଲାରୁ ଗିରଫ । ଏହି ମାମଲାରେ ରାଉଲକେଲାରୁ ୪ ଜଣ ବଞ୍ଜାରା ମହିଳା ଓ ପୁରୁଷଙ୍କୁ ଗିରଫ କରି ସେମାନଙ୍କ ଠାରୁ ଚୋରି ହୋଇଥିବା ସାମଗ୍ରୀ ଜବତ କରିଛି ପୁଲିସ୍।

15lootaa

କନକ ବ୍ୟୁରୋ: ସମ୍ବଲପୁର ଅଇଁଠାପାଲି ପୋଲିସ ଦ୍ୱାରା ମହିଳା ଚୋର ଗିରଫ  । ଗତ ୯ ତାରିଖ ଦେହେରିପାଲି ଅଞ୍ଚଳରେ ଜଣେ ମହିଳା ଛାତ ଉପରକୁ କପଡା ଶୁଖାଇବାକୁ ଯାଇଥିଲେ  । ଏହି ସମୟରେ  ମହିଳା ଜଣକ ତଳକୁ ଆସି ଦେଖିବା ବେଳକୁ ଆଲମାରି ଲକରର ସୁନା ଓ ରୂପା  ନଥିଲା । ତେବେ କିଛି ବଞ୍ଜାରା ମହିଳା ସେଠାକର ଅନ୍ୟ କିଛି ବ୍ୟକ୍ତିଙ୍କ ଘରୁ ପାଣି ମାଗିବା ଆଳରେ ଘରକୁ ପ୍ରବେଶ କରୁଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ । 

ହେଲେ  ଚୋରି କରିଥିବା ସାମଗ୍ରୀକୁ ସେମାନେ କିଛି ଛୋଟ ଛୁଆ ହାତରେ ବାହାର ଜିଲ୍ଲାକୁ ପଠାଇ ଦେଇଥିଲେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରିଥିଲା । ଏହି ମାମଲାରେ ରାଉଲକେଲାରୁ ୪ ଜଣ ବଞ୍ଜାରା ମହିଳା ଓ ପୁରୁଷଙ୍କୁ ଗିରଫ କରି ସେମାନଙ୍କ ଠାରୁ ଚୋରି ହୋଇଥିବା ସାମଗ୍ରୀ ଜବତ କରିଛି ପୁଲିସ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe