ସ୍ୱାମୀ ତଥ୍ୟ ମାଗିଲେ ବୋଲି; ସ୍ତ୍ରୀଙ୍କୁ ରାସ୍ତାରେ ଗଡାଇତଡାଇ ପିଟିଲେ

ବିଞ୍ଝାରପୁରରେ କଙ୍ଗାରୁକୋର୍ଟ । ସୀମା ଟପିଲେ ବିଜେଡି ନେତ୍ରୀଙ୍କ ସହଯୋଗୀ । ଦୁର୍ନୀତି ବିରୋଧରେ ସ୍ୱର ଉଠାଇବାରୁ ସୂଚନା ଅଧିକାର କର୍ମୀଙ୍କୁ ସ୍ତ୍ରୀଙ୍କୁ ଗାଁ ଦାଣ୍ଡରେ ମାଡ । ଥାନାରେ ରୁଜୁ ହେଲା ମାମଲା ।ଅଭାବନୀୟ ଦୃଶ୍ୟ ଦେଖିଲା ସାରା ଓଡ଼ିଶା ।

5rrrrrr

କନକ ବ୍ୟୁରୋ:  ସ୍ୱାମୀ ମାଗିଲେ ତଥ୍ୟ, ସ୍ତ୍ରୀଙ୍କୁ  ଖାଇଲେ ନିର୍ଧୁମ ମାଡ଼। ଯାଜପୁର ବିଞ୍ଝାରପୁରରେ କଙ୍ଗାରୁକୋର୍ଟ । ମହିଳାଙ୍କ ଚୁଟିକୁ ଧରି ଘୋଷାଡ଼ି ଘୋଷାଡ଼ି ଗାଁ ଦାଣ୍ଡରେ ମାଡ଼ ମରାଗଲା । ଏକାଧିକ ଯୁବକ ମାଡ଼ ମାରୁଛନ୍ତି । ଠେଲାପେଲା କରୁଛନ୍ତି । ଏହା କେଉଁ ଉପାନ୍ତ ଅଞ୍ଚଳ ନୁହେଁ ଉପକୂଳ ଓଡ଼ିଶାର ଚିତ୍ର । 

ନାରୀକୁ ସମ୍ମାନର କଥା କୁହାଯାଉଥିବା ରାଜ୍ୟରେ ନାରୀଙ୍କ ଉପରେ କେମିତି ଅତ୍ୟାଚାର ଚାଲିଛି ତାହା ଏବେ ଆପଣଙ୍କ ସାମ୍ନାରେ । ଯାଜପୁର ବିଞ୍ଝାରପୁର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଦଶରଥପୁର ବ୍ଲକ ରହସୋଈ ପଞ୍ଚାୟତର ସୂଚନା ଅଧିକାର କର୍ମୀ ଅଶୋକ ପତି । ପଞ୍ଚାୟତର ବିଭିନ୍ନ ଉନ୍ନୟ ମୂଳକ କାମରେ ଦୁର୍ନୀତି ହେଉଥିବା ଜାଣି ବିରୋଧ କରିବା ସହ ଆରଟିଆଇ ରିପୋର୍ଟ ମାଗିଥିଲେ । ଏହାପରେ ବ୍ଲକ ପ୍ରଶାସନିକ ଅଧିକାରୀ ତଦନ୍ତ କରି ପଂଚାୟତସ୍ତରରେ କିଛି କାମକୁ ବନ୍ଦ କରିଦେଇଛନ୍ତି । କାମ ବନ୍ଦ ହୋଇଯିବାରୁ କାମ କରୁଥିବା ବ୍ୟକ୍ତି ଆକ୍ରୋଶମୂଳକ ଭାବେ ବାରମ୍ବାର ଅଶୋକଙ୍କୁ ଗାଳିଗୁଲଜ କରନ୍ତି। ଗତକାଲି ସନ୍ଧ୍ୟାରେ ପାଟିତୁଣ୍ଡ କରିଥିଲେ । ପରେ ଦିନ ଦ୍ୱିପହରରେ କିଛି ଯୁବକ ଅଶୋକ ପତିଙ୍କୁ ମାଡ଼ ମାରିବା ସହ ତାଙ୍କ ସ୍ତ୍ରୀ ଲଳିତା ପତିଙ୍କୁ ଘରୁ ଉଠାଇନେଇ ରାସ୍ତା ଉପରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଘଟଣା ସ୍ଥଳରେ ଦଶରଥପୁର ପୋଲିସ ପହଞ୍ଚି ଅଶୋକ ପତି ଏବଂ ତାଙ୍କ ସ୍ତ୍ରୀଙ୍କୁ ଉଦ୍ଧାର କରିଛି । ଏହି ଘଟଣାରେ ଦଶରଥପୁର ଥାନାରେ ଦୁଇ ପକ୍ଷରୁ ଦୁଇଟି ମାମଲା ରୁଜୁ ହୋଇଛି । ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe