ଲେଡି ଡନ୍‌ର ଖେଳ ଖତମ୍ : ବୁଲିଲା ବୁଲ୍‌ଡୋଜର, ମାଟିରେ ମିଶିଲା ଘର

ଫିଲ୍ମ ଷ୍ଟାଇଲରେ ଭଙ୍ଗା ଚାଲିଛି ଲେଡି ଡନ୍‌ର ଘର। ବୁଲଡୋଜର ଚଢ଼ାଇ ଲେଡି ଡନ୍ ସାବିତ୍ରୀ ବେହେରାର ଘର ଭାଙ୍ଗୁଛି ନୟାପଲ୍ଲୀ ପୁଲିସ। ଶିକ୍ଷାନୁଷ୍ଠାନ ପାଖରେ ବେଧଡ଼କ ଚାଲିଥିଲା ନିଶା କାରବାର। ନା ଡର ଥିଲା ପୁଲିସକୁ ନା ଖାତିର ଥିଲା ପ୍ରଶାସନକୁ

38

Photograph: (kanaknews)

କନକବ୍ୟୁରୋ : ଫିଲ୍ମ ଷ୍ଟାଇଲରେ ଭଙ୍ଗା ଚାଲିଛି ଲେଡି ଡନ୍‌ର ଘର ।  ବୁଲଡୋଜର ଚଢ଼ାଇ ଲେଡି ଡନ୍ ସାବିତ୍ରୀ ବେହେରାର ଘର ଭାଙ୍ଗୁଛି ନୟାପଲ୍ଲୀ ପୁଲିସ । ଶିକ୍ଷାନୁଷ୍ଠାନ ପାଖରେ ବେଧଡ଼କ ଚାଲିଥିଲା ନିଶା କାରବାର  ।   ନା ଡର ଥିଲା ପୁଲିସକୁ ନା ଖାତିର ଥିଲା ପ୍ରଶାସନକୁ । କିଛି କହିଲେ, ଥାନାରେ ମିଛ ମାମଲା ଦେଇ ଫସାଇ ଦେବାକୁ ଦେଉଥିଲା ଧମକ । ଗଞ୍ଜେଇ, ଡ୍ରଗ୍ସ କାରବାରର ପକ୍କା ଖବର ପାଇବା ପରେ ଲେଡି ଡନ୍‌ ସାବିତ୍ରୀକୁ ଗିରଫ କରିଥିଲା ପୁଲିସ । ଜେଲ୍‌ ଯାଉଥିଲା, ଫେରୁଥିଲା, ପୁଣି ନିଶା ବିକୁଥିଲା ।  

ଆଉ ନିଶା କାରବାରକୁ ସବୁଦିନ ପାଇଁ ବନ୍ଦ କରିବାକୁ ଏବେ ବୁଲଡୋଜ୍‌ର ଚଢାଇ ଖେଳ ଖତମ କରିଛି ପୁଲିସ । ସେପଟେ ସାରା ରାଜ୍ୟକୁ ନିଶାମୁକ୍ତ କରିବାକୁ ଚାଲିଛି ଅପରେସନ୍ ପ୍ରହାର ।  ଶିକ୍ଷାନୁଷ୍ଠାନ ପାଖରେ ନିଶାଡିଙ୍କ ଉତ୍ପାତ ଏବଂ ନିଶା କାରବାର ରୋକିବାକୁ ଚାଲିଛି ପୁଲିସର ପ୍ରୟାସ । ସ୍କୁଲ କଲେଜ ନିକଟରେ ନିଶା କାରବାର ଚାଲୁଥିଲେ,  ଯେ କୌଣସି ଲୋକ ଏନେଇ ପୁଲିସକୁ ଖବର ଦେଇ ପାରିବେ ।  ନାମ ଗୋପନ ରଖିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି  ।   ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଶିକ୍ଷକ। ରାଜଧାନୀର କୋଣ ଅନୁକୋଣରେ ବଢି ଚାଲିଛି ନିଶା କାରବାର ।  ଯାହା ପୁଲିସ ପାଇଁ ଚିନ୍ତାର ବିଷୟ ପାଲିଟିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe