କନକ ବ୍ୟୁରୋ:  ଝିଅ ସେକ୍ସ ରାକେଟରେ ଧରାପଡିଛି । ୧୫ ମିନିଟରେ ଲକ୍ଷେ ଟଙ୍କା ଦିଅ । ନହେଲେ ଝିଅର ସବୁ ଫଟୋ ଓ ଭିଡିଓ ଭାଇରାଲ କରିଦେବୁ । ସାଇବର ଠକଙ୍କ ଏପରି ଧମକ ଶୁଣି ଚିନ୍ତାରେ ହୃଦଘାତରେ ମାଆଙ୍କ ଜୀବନ ଚାଲିଯାଇଛି । 

Advertisment

ଉତ୍ତରପ୍ରଦେଶ ଆଗ୍ରାରୁ ଆସିଛି ସାଇବର କ୍ରାଇମର ଏପରି ସାଂଘାତିକ ଚିତ୍ର।  ମୃତକ ୫୮ ବର୍ଷୀୟା ମାଳତୀ ବର୍ମା । ସେ ରାଜକୀୟ କନ୍ୟା ଜୁନିଅର ହାଇସ୍କୁଲରେ ଶିକ୍ଷୟିତ୍ରୀ ଥିଲେ। ମାଳତୀ ସ୍କୁଲରେ ଥିବାବେଳେ ତାଙ୍କ ନମ୍ବରକୁ ହ୍ୱାଟ୍ସଆପ୍‌ କଲ୍‌ ଆସିଥିଲା । ଡିପିରେ ପୋଲିସ ପୋଷାକ ପିନ୍ଧିଥିବା ଜଣକର ଫଟୋ ଲାଗିଥିଲା । ଶିକ୍ଷୟିତ୍ରୀ ଫୋନ ରିସିଭ କରିବାରୁ ସେପଟୁ କହିଥିଲେ ତୁମ ଝିଅ ସେକ୍ସ ରାକେଟରେ ଧରାପଡିଛି। ତାର ଅଶ୍ଳୀଳ ଭିଡିଓ ଆମ ପାଖରେ ଅଛି । ୧୫ ମିନିଟରେ ଲକ୍ଷେ ଟଙ୍କା ନଦେଲେ ଭିଡିଓ ଭାଇରାଲ କରିଦେବାର ଧମକ ଦେଇଥିଲେ । ସାଇବର ଠକମାନେ ତାଙ୍କୁ ୮ ଥର କଲ୍‌ କରିଥିଲେ । ଧିରେ ଧିରେ ମାଳତୀ ଦେବୀ ଅସୁସ୍ଥତା ଅନୁଭବ କରିଥିଲେ । ପରିବାର ଲୋକେ ତାଙ୍କୁ ମେଡିକାଲ ନେଇଥିଲେ । ସେଠାରେ ହାର୍ଟ ଆଟାକରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । ପୋଲିସ ଏ ମାମଲାର ଯାଞ୍ଚ ଆରମ୍ଭ କରିବା ସହ ସାଇବର ଠକଙ୍କୁ ଖୋଜି ବାହାର କରିବାକୁ ଛାନ୍‌ଭିନ୍‌ ଚଳାଇଛି  ।