କନକ ବ୍ୟୁରୋ: ମୃତ୍ୟୁ ପୂର୍ବରୁ ଭିଡିଓ କଲେ ତା ପରେ ଆତ୍ମହତ୍ୟା କଲେ । ମହିଳା ପୁଲିସଙ୍କ ମୃତ୍ୟୁ ପୂର୍ବର ଭିଡିଓ ବାସ୍ତବିକ ହୃଦୟ ବିଦାରକ । ଶାଶୂଘର ଲୋକଙ୍କ ନିର୍ଯାତନା ସହିନପାରି ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି କହିଛନ୍ତି ମହିଳା ପୁଲିସ ।
କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ନୂଆପଡ଼ା ରେଲୱେ ଫାଟକ ନିକଟ ଏକ ଗଛରୁ ବିବାହିତ ମହିଳା କନେଷ୍ଟବଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ନୂଆପଡ଼ା ପୁଲିସ । ମୃତକ ହେଲେ ନୂଆପଡ଼ା ସଦର ଥାନାର କନେଷ୍ଟବଳ ରୁକ୍ମିଣୀ ନାଗ । ସେ ସଦର ଥାନା ଅନ୍ତର୍ଗତ ରାଧକୃଷ୍ଣପଡ଼ାରେ ରହୁଥିବା ବେଳେ ରେଲୱେ ଫାଟକ ନିକଟ ଏକ ଗଛରେ ଓଢଣି ସାହାଯ୍ୟରେ ଝୁଲିପଡିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ନୂଆପଡ଼ା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି । ତେବେ ମହିଳା ପୁଲିସ କର୍ମଚାରୀ କାହିଁକି ଆତ୍ମହତ୍ୟା କଲେ ତାହା ବର୍ତ୍ତମାନ ସନ୍ଦେହ ଘେରରେ ରହିଛି। ମୃତ ପୁଲିସ କର୍ମଚାରୀଙ୍କ ସ୍ବାମୀ ମଧ୍ୟ ପୁଲିସ ବିଭାଗରେ କାମ କରୁଥିବା ଜଣାପଡିଛି। ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ମହିଳା କନଷ୍ଟେବଳ କହିଲେ:
ସବୁବେଳେ ମୋତେ ଟର୍ଚର କଲେ ମୋ ସ୍ବାମୀ
ସବୁଦିନ ଝଗଡ଼ା କଲେ
ଡ୍ୟୁଟିରୁ ଆସିବା ପରେ ମୋତେ ରାତିରେ ବହୁତ କଥା କୁହନ୍ତି
ତଥାପି ମୁଁ ଚୁପ୍ ରହେ କାରଣ ମୋର ଛୁଆ ଅଛି
ମୋତେ ଦୁର୍ବଳ ଲାଗୁଛି କିଛି କୁହ ନାହିଁ ବୋଲି କହିଲି
କିନ୍ତୁ ଶୁଣିଲେ ନାହିଁ
ମୋ ଶାଶୂ କହୁଛନ୍ତି ତୁ ଘରୁ ପଳେଇ ଯା
ମୋ ପୁଅକୁ ଡିଭୋର୍ସ ଦେଇଦେ
ମୁଁ ଅଲଗା ଝିଅକୁ ମ୍ୟାରେଜ୍ କରିବି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/17/14-2025-08-17-08-54-40.jpg)