କନକ ବ୍ୟୁରୋ :  ଲଦାଖ ହିଂସା ଘଟଣାରେ ସାମାଜିକକର୍ମୀ ସୋନମ ୱାଙ୍ଗଚୁକ ଗିରଫ । ଜାତୀୟ ସୁରକ୍ଷା ଆଇନ ଆଧାରରେ ଗିରଫ କରାଯାଇଛି । ସାମାଜସେବୀ ଓ  ପରିବେଶ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ଲେହ-ଲଦାଖରେ ଘଟିଥିବା ହିଂସା ପାଇଁ ଦାୟୀ କହି ଏହି  କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଇଛି । ଦିନକ ପୂର୍ବରୁ ତାଙ୍କ ଏନଜିଓର ଲାଇସେନ୍ସ ବାତିଲ କରାଯାଇଥିଲା । ମଙ୍ଗଳବାର ଲେହରେ ହଠାତ ଶହଶହ ପ୍ରଦର୍ଶନକାରୀ ରାସ୍ତାକୁ ଓହ୍ଲାଇବା ସହ ଲଦାଖକୁ ସ୍ବତନ୍ତ୍ର ରାଜ୍ୟମାନ୍ୟତା ଦେବାକୁ ଦାବି କରିଥିଲେ  । ହିଂସାରେ ୪ଜଣଙ୍କ ମୃତ୍ୟୁ ସହ ୧୫୦ରୁ ଅଧିକ ଆହାତ ହୋଇଥିଲେ । କେନ୍ଦ୍ର ସରକାର ହିଂସା ପାଇଁ ୱାଙ୍ଗଚୁକଙ୍କୁ ଦାୟୀ କରିଥିଲେ, ଅଭିଯୋଗ କରିଥିଲେ ଯେ ସେ ପ୍ରତିବାଦକାରୀଙ୍କୁ ଉସୁକାଇଥିଲେ । ତେବେ ସୋନମ ୱାଙ୍ଗଚୁକ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । 

Advertisment
  • ସମାଜକର୍ମୀ ସୋନମ୍ ୱାଙ୍ଗଚୁକ ଗିରଫ
  • ଲେହ ପୋଲିସ ଗିରଫ କରିଛି
  • ଜାତୀୟ ସୁରକ୍ଷା ଆଇନ ଅନୁସାରେ ୱାଙ୍ଗଚୁକ ଗିରଫ
  • ନିକଟରେ ଲଦାଖରେ ବଡ଼ ହିଂସା ହୋଇଥିଲା
  • ହିଂସାରେ ୪ ମୃତ, ୧୫୦ରୁ ଅଧିକ ଆହତ
  • ହିଂସା ପଛରେ ସୋନମଙ୍କୁ ଦାୟୀ କରାଯାଉଛି
  • ୫୦ ଜଣଙ୍କୁ ଗିରଫ କରାଯିବା ସହିତ ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଜାରି କରାଯାଇଛି 
  •  ଆନ୍ଦୋଳନ ପଛରେ ସୋନମଙ୍କ ହାତ ଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଭିଯୋଗ କରିଛି  
  • ଗତକାଲି ସିବିଆଇ ମଧ୍ୟ ସୋନମ୍ ସଂସ୍ଥାରେ ବିଦେଶୀ ପାଣ୍ଠି ନେଇ ଖୋଳତାଡ଼ କରିଥିଲା 
  • ଏହା ସହିତ ଫେବୃଆରୀରେ ସୋନମଙ୍କ ପାକିସ୍ତାନ ଗସ୍ତ ନେଇ ମଧ୍ୟ ଯାଞ୍ଚ କରାଯାଇଥିଲା